fbpx
BSKY SKY
BSKY SKY

(Video) ICC ODI WC_2023: ପ୍ରୋମୋ ଭିଡିଓରେ ‘ବିରାଟ’ ଓଡ଼ିଆ ଫ୍ୟାନ୍ ପିଣ୍ଟୁଙ୍କ ଜଲୱା, ଦେହସାରା କୋହଲିଙ୍କ ଟାଟୁ

BSKY

ଭୁବନେଶ୍ୱର: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ । କିନ୍ତୁ ଏବେଠୁ କ୍ରୀଡ଼ାପ୍ରେମୀଙ୍କ ମନରେ ଏହାକୁ ନେଇ କ୍ରେଜ ଦେଖିବାକୁ ମିଳିଛି । ଏହାଭିତରେ ଆଇସିସି ତରଫରୁ ଦିନିକିଆ ବିଶ୍ୱକପକୁ ନେଇ ଏକ ପ୍ରୋମୋ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ପିଣ୍ଟୁ । ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର କିଛି ସ୍ମରଣୀୟ ମୁହୂର୍ତ୍ତକୁ ନିଜ ଦେହରେ ଟାଟୁ କରି ସେ ସାରା ବିଶ୍ୱରେ ପରିଚିତ ହୋଇ ପାରିଛନ୍ତି । ତେବେ ବର୍ତ୍ତମାନ ତାଙ୍କୁ ଆଇସିସିର ଏହି ପ୍ରୋମୋ ଭିଡିଓରେ ସ୍ଥାନ ଦିଆଯାଇଛି । ଯାହା ସାରା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିରାଟ ଲଭର୍ ପିଣ୍ଟୁ । ଦେହ ସାରା କେବଳ ଇଣ୍ଡିଆନ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଟାଟୁ କରି ସେ ସାରା ବିଶ୍ୱରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ନିଜ ସହରରେ ସେ ଯେତିକି ପରିଚୟ ପାଇ ନାହାନ୍ତି, ସାରା ବିଶ୍ୱରେ ସେ ଅଧିକ ପରିଚିତ କେବଳ ଏହି ଅନ୍ଦାଜ ପାଇଁ । ବିରାଟଙ୍କ ଟାଟୁରେ ଭରା ପିଣ୍ଟୁଙ୍କ ଶରୀର ସହିତ ବଲିଉଡ ବାଦଶାହ ଶାହରୁଖଙ୍କ ସ୍ୱରରେ ଏହି ପ୍ରୋମୋ ଭିଡିଓ ପ୍ରସ୍ତୁତ କରିଛି ଆଇସିସି । ପିଣ୍ଟୁଙ୍କ ପିଠିରେ ସ୍ଥାନ ପାଇଛି ବିରାଟଙ୍କ ଜର୍ସି ନମ୍ବର ୧୮ ଏବଂ ଛାତିର ବାମ ପାଶ୍ୱର୍ରେ ବିସିସିଆଇର ଲୋଗୋ ସହିତ କୋହଲିଙ୍କ ଟେଷ୍ଟ କ୍ୟାପ୍ ନମ୍ବର ୨୬୯ ଲେଖା ହୋଇଛି । ଆଇସିସିର ଏହି ସ୍ପେଶାଲ ଭିଡିଓରେ କ୍ରିକେଟ ଜଗତର ସର୍ବଶ୍ରେଷ୍ଠ ତଥା ବରିଷ୍ଠ ଖେଳାଳିମାନେ ନଜର ଆସିଥିବା ବେଳେ ଓଡ଼ିଆ ପୁଅ ପିଣ୍ଟୁଙ୍କୁ ମଧ୍ୟ ସ୍ଥାନ ଦେଇଛି ଆଇସିସି ।

ପିଣ୍ଟୁଙ୍କ ବ୍ୟତୀତ ଗଡ୍ ଅଫ୍ କ୍ରିକେଟ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୂଧୀର ଚୌଧୂରୀ ମଧ୍ୟ ଏହି ଭିଡିଓରେ ସ୍ତାନ ପାଇଛନ୍ତି । କ୍ରିକେଟ ଇତିହାସରେ ବିଭିନ୍ନ ଷ୍ଟାର ଲେଜେଣ୍ଡ କ୍ରିକେଟରମାନଙ୍କ ସହ କିଙ୍ଗ ଖାନ୍ ଶାହରୁଖଙ୍କୁ ନେଇ ପ୍ରସ୍ତୁତ ହୋଇଛି ୨.୧୨ ମିନିଟର ଏହି ଭିଡିଓ । ଗତ ବିଶ୍ୱକପଗୁଡ଼ିକର କିଛି ସୁନ୍ଦର ଅଭୁଲା ସ୍ମୃତିର ମୁହୂର୍ତ୍ତକୁ ନେଇ ଆଇସିସି ଏକ ପ୍ରୋମୋ ଭିଡିଓ ପ୍ରସ୍ତୁତ କରିଛି । ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟର ମହାସଂଗ୍ରାମ ।

Get real time updates directly on you device, subscribe now.