fbpx
BSKY
BJD SHG SKY
BJD YOUTH SKY

ଭାରତରେ ୨୦୨୩ ବର୍ଷ ୱାର୍ଲଡ କପ ହେବନାହିଁ? ଆଇସିସି-ବିସିସିଆଇ ମଧ୍ୟରେ ବିବାଦ

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ୱାନଡେ ୱାଲର୍ଡ କପ ୨୦୨୩ ଉପରେ ସଙ୍କଟର ବାଦଲ ଦେଖାଦେଇଛି । ବିସିସିଆଇ ଏବଂ ଆଇସିସି ମଧ୍ୟରେ ଟ୍ୟାକ୍ସ ବିବାଦ ପାଇଁ ପରିସ୍ଥିତି ପରିବର୍ତ୍ତନ ହେଉଛି ଏବଂ ଯଦି ଉପାୟ କିଛି ବାହାରୁ ନାହିଁ ତେବେ ଏହା ଜଣାପଡୁଛି ଯେ, ବିଶ୍ୱକପର ଆୟୋଜନ ଭାରତରୁ ଛଡାଯାଇ ପାରିବ । ବର୍ଷ ଶେଷ ହେବାକୁ ଯିବା ବେଳେ,2023 ବର୍ଷ ଆସିବାକୁ ଯାଉଛି ଏବଂ ଏହି ବର୍ଷର ଶେଷରେ ବିଶ୍ୱକପ୍ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା । ଏହି ବିଶ୍ୱକପ୍ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି, କିନ୍ତୁ ଏପରି କିଛି ଘଟିଛି ଯାହା ଭାରତର ହୋଷ୍ଟିଂକୁ ବିପଦ ସୃଷ୍ଟି କରୁଛି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏବଂ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଟିକସ ସମସ୍ୟାକୁ ନେଇ ବିବାଦ ଲାଗି ରହିଛି ଏବଂ ଉଭୟଙ୍କ ମଧ୍ୟରେ ଏହି ବିବାଦ ବିଶ୍ୱକପ୍‌ର ଆୟୋଜନ ଅଧିକାରକୁ ଭାରତରୁ ଛଡ଼ାଇ ନେଇପାରେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୱାନ ଡେ ବିଶ୍ୱକପ୍ ୨୦୨୩ ଆୟୋଜନ ପାଇଁ ଭାରତ ସରକାରଙ୍କଠାରୁ ଟିକସ ଛାଡ ବ୍ୟବସ୍ଥା କରିବାକୁ ଆଇସିସି ଖୋଲାଖୋଲି ଭାବେ ବିସିସିଆଇକୁ କହିଛି ।
କହିବାକୁ ଗଲେ ଏପରି ହେବା ଅସମ୍ଭବ, କାରଣ ଭାରତ ସରକାର କୌଣସି ମତରେ କିଛି ଇଭେଣ୍ଟରେ ଏହିପରି ଭାବେ ଟିକସ ଛାଡ କରିପାରିବେ ନାହିଁ । ଯେତେବେଳେ ୨୦୧୬ ମସିହାରେ ଚାଲୁଥିବା ଟି-୨୦ ବିଶ୍ୱକପ ହୋଷ୍ଟ କରିଥିଲା, ସେତେବେଳେ ମଧ୍ୟ ଆଇସିସି ଏବଂ ବିସିସିଆଇ ମଧ୍ୟରେ ଏପରି ବିବାଦ ଦେଖାଦେଇଥିଲା । ଏହି ପରିସ୍ଥିତିର ସରକାର ଟିକସ ଛାଡ ପାଇଁ କୌଣସି ପଦକ୍ଷେପ ନେଇନଥିଲେ । ଶେଷରେ ତାଙ୍କୁ ଆଇସିସି ନିଜର ଶେୟାର ୧୯୦ କୋଟି ଟଙ୍କା ଦେବାକୁ ପଡିଥିଲା ।

ସେହି ସମାନ ପରିସ୍ଥିତି ବର୍ତ୍ତମାନ ଦେଖାଦେଇଛି, ଆଇସିସି ପଲିସି ଅନୁସାରେ ଆଇସିସି ଇଣ୍ଡୋର ହୋଷ୍ଟ କରୁଥିବା ଦେଶକୁ ନିଜର ସରକାର ସହିତ ସମନ୍ୱୟ ବସି ଟ୍ୟାକ୍ସ ଛାଡର ବ୍ୟବସ୍ଥା କରିବାକୁ ପଡିଥାଏ । ୨୦୨୩ ୱାନଡେ ୱାର୍ଲଡ କପ୍ ପାଇଁ ଯଦି ବିସିସିଆଇ ଏପରି ନ କରେ ତେବେ ତାକୁ ଆଇସିସିକୁ ନିଜର ସେୟାର ୯୦୦ କୋଟି ଦେବାକୁ ପଡିବ ।

ରିପୋର୍ଟରେ ଦାବି କରାଯାଇଛି ଯେ, ବିସିସିଆଇ ଏଥିପାଇଁ ପ୍ରସ୍ତୁତ ନୁହେଁ, ଏପରି ପରିସ୍ଥିତି ଯଦି ଦେଖାଯାଏ ତେବେ ବିସିସିଆଇ ଆଇସିସି ବିରୋଧରେ କୋର୍ଟକୁ ଯାଇପାରେ । ତେବେ ଟିକସ ସମସ୍ୟାର ସମାଧାନ ହୋଇନାହିଁ । ଏବଂ ଆଇସିସି ଏହାର ଅଂଶ ପାଇନାହିଁ, ତେଣୁ ସେ ହୋଷ୍ଟ ପରିବର୍ତ୍ତନ କରିବାକୁ ମଧ୍ୟ ବିଚାର କରିପାରନ୍ତି । ଏଭଳି ପରିସ୍ଥିତିରେ ବିସିସିଆଇ ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଆବଶ୍ୟକ ।

 

 

Get real time updates directly on you device, subscribe now.