fbpx
BJD SKY
BJD SKY

BJP Grand Celebration:ନବୀନଙ୍କ ପରେ ଏବେ ଅପରାଜିତଙ୍କ ପାଳି,ବିଜେଡିର ରୋଡ଼ ସୋ ପରେ ଏବେ ବିଜେପି ଦେଖାଇବ ତାର ଦମ

BJD

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁକାବିଲା କିଏ କରିବ। ବିରୋଧୀ ବିଜେପି ଏବଂ କଂଗ୍ରେସର କଣ ସେମିତି ଚେହେରା ଅଛନ୍ତି, ଯିଏ ନବୀନଙ୍କୁ ରଣହୁଙ୍କାର ଦେଇ ପାରିବେ। ନା ସବୁ ଥର ପରି ଏଥର ନିର୍ବାଚନରେ ବି ବିରୋଧୀ ଦେବେ ଛତ୍ରଭଙ୍ଗ ? କିନ୍ତୁ ରାଜନୈତିକ ପାଣିପାଗ ଏବଂ ନେତାଙ୍କ ଗତିବିଧି ଦେଖିଲେ ଲାଗୁଛି ୨୦୨୪ ନିର୍ବାଚନ ରୋଚକ ହୋଇପାରେ। ଆଉ ଏହାର କାରଣ ହେଉଛି ବିଜେପି ନେତ୍ରୀ ତଥା ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀ। ସେ ହିଁ ଏକମାତ୍ର ନେତା ଯିଏ ବିଜେଡିକୁ ଜବାବ ଦେବାକୁ ସକ୍ଷମ ଏବଂ ସାମର୍ଥ୍ୟ ବି ରଖିଛନ୍ତି। ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଅପରାଜିତା କେନ୍ଦ୍ରଠୁ ନେଇ ରାଜ୍ୟ ପର୍ଯ୍ୟନ୍ତ ରାଜନୀତିରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେଇଥିପାଇଁ ତ ଚର୍ଚ୍ଚା ଯେ ଅପରାଜିତଙ୍କୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାର ଚେହେରା କରି ପାରନ୍ତି।

ଓଡିଶାରେ ବିଜେଡି ଆଉ ବିଜେପି ମଧ୍ୟରେ ଯେଉଁ ଅହିନ କୂଳ ସମ୍ପର୍କ ରହିଛି ତାହା ସମସ୍ତଙ୍କୁ ଜଣା । ରାଜନୀତି ମୈଦାନ ଠାରୁ ଆରମ୍ଭ କରି ରୋଡ ସୋ ପର୍ଯ୍ୟନ୍ତ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କେବେ କେଉଁ ଦଳ ପଛ ଘୂଞ୍ଚା ଦିଅନ୍ତି ନାହିଁ ।ଏହି କିଛି ଦିନ ତଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳି ଥିଲା । ଯାହା ପାଇଁ ତାଙ୍କୁ ଏକ ଭବ୍ୟ ସ୍ୱାଗତ ସହ ରୋଡଶୋରେ ପାଛୋଟି ଆଣିଥିଲେ ବିଜେଡି କର୍ମୀ । ଦୃଶ୍ୟ କିଛି ଏମିତି ଥିଲା ଯେ ସେହି ଦିନ ଓଡିଶାବାସୀ ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ମୁହାଁ ହୋଇଥିଲେ ।

ତେବେ କିଛି ଏହିପରି ସିନ ରିକ୍ରିଏସନ କରିବାକୁ ଯାଉଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ (ଆଇପିୟୁ)ରେ ଅପରାଜିତା ଷଢ଼ଙ୍ଗୀ ବିଜୟ ହାସଲ କରିଛନ୍ତି । ଅପରାଜିତାଙ୍କ ଏହି ସଫଳତା କେବଳ ତାଙ୍କର ନୁହେଁ ବରଂ ସାରା ଓଡିଶାର ଅଟେ । ଏଥିପାଇଁ ତାଙ୍କ ପାଇଁ ଭବ୍ୟ ସ୍ୱାଗତର ଆୟୋଜନ କରାଯିବ । ଆସନ୍ତା ଅକ୍ଟୋବର ୨୦ ତାରିଖରେ ୧୧.୩୦ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଅପରାଜିତା । ଯେଉଁଠାରୁ ତାଙ୍କୁ ପାଛୋଟି ନେବାକୁ ପ୍ରାୟ୧୦ହଜାର ସମର୍ଥକ ସାମିଲ ହେବେ ବୋଲି ସୂଚନା ମିଳୁଛି । ଏହା ପରେ ସେ ରୋଡ ସୋରେ ନବୀନ ନିବାସ ଦେଇ ଲିଙ୍ଗରାଜ ମନ୍ଦୀର ଯିବେ ଏବଂ ସେଠାରେ ସେ ପ୍ରଭୁଙ୍କର ଦର୍ଶନ ଲୋଡିବେ ।

କହିବାକୁ ଗଲେ ଏହି ରୋଡ ସୋ ଗୋଟିଏ ପ୍ରକାର ବିଜେଡିକୁ ଶକ୍ତି ଦେଖାଇବା ସଦୃଶ । ନବୀନ ଯେବେ ଆସିଥିଲେ ସେତେବେଳେ ବିଜେଡିର ଶକ୍ତି ପ୍ରଦର୍ଶନ ଦେଖିଥିଲା ଓଡିଶା। ଆଉ ଏବେ ବିଜେପିର ପାଳି । ନବୀନଙ୍କ ପାଇଁ ଭୁବନେଶ୍ୱରରେ ଅଖ ଚକ ଜାମ ହୋଇଥିଲା। ବର୍ତ୍ତମାନ ସାଂସଦ ଅପରାଜିତାଙ୍କ ପାଇଁ ରାଲି ପାଇଁ ସଜବାଜ କରୁଛି ବିଜେପି। ଏହାସହିତ ଓଡିଶାରେ ଅପରାଜିତା ଏକ ମାତ୍ର ବିଜେପି ନେତ୍ରୀ ଯିଏ ସବୁ ବେଳେ ଓଡିଶା ସରକାରଙ୍କୁ ଶାଣିତ ସ୍ଵରରେ ପ୍ରଶ୍ନ କରନ୍ତି ଆଉ ଜବାବ ମାଗନ୍ତି ।

ଯେଉଁଠାରେ ବିଜେପିର ବଡ ବଡ ରାଜନେତା ଯେଉଁ ପ୍ରସଙ୍ଗ ଉଠାଇବାକୁ ପଛଘୁଞ୍ଚା ଦିଅନ୍ତି ସେଠାରେ ଅପରାଜିତା ବିଜେଡିକୁ ପ୍ରଶ୍ନବାଣରେ ଘାଇଲା କରନ୍ତି। ତେବେ ଅପରାଜିତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ନିର୍ଭୀକ ଆଚରଣ ପାଇଁ ତାଙ୍କ ନିଜ ଦଳରେ ସଦସ୍ୟ ମାନେ ତାଙ୍କୁ ସମର୍ଥନ କରନ୍ତି ନାହିଁ । କିନ୍ତୁ ତାଙ୍କର ଏହି ଆଚରଣ କେନ୍ଦ୍ରକୁ ଗ୍ରହଣ ହୋଇଛି । ସେଥିପାଇଁ ତ ବିଜେପି ୨୦୨୪ ନିର୍ବାଚନ ଅପରାଜିତାଙ୍କ ନେତୃତ୍ୱରେ ଲଢ଼ିବାକୁ ସ୍ଥିର କରିଥିବାର ସଙ୍କେତ ମିଳୁଛି । ୨୦୨୪ ସାଧାରଣ ନିର୍ବାଚନରେ ସମସ୍ତଙ୍କୁ ମାତ ଦେବା ପାଇଁ ଅପରାଜିତାଙ୍କ ସ୍ୱରକୁ ରଣହୁଙ୍କାରରେ ପରିଣତ କରେଇବାକୁ କେନ୍ଦ୍ର ବିଜେପି ସ୍ଥିର କରିଛି । ତେବେ ଏହି କଥାର ବାସ୍ତବତକା ଖୁବ ଶୀଘ୍ର ସାମ୍ନାକୁ ଆସିଯିବ। କେବଳ ଦେଖିବା ବାକି ରହିଲା ଆସନ୍ତା ୨୦ ରୋଡ ସୋ ଉପରେ । ସମସ୍ତ ରାଜନୈତକି ପଣ୍ଡତ ମାନେ ମଧ୍ୟ ଏଥିପାଇଁ ଅପେକ୍ଷା କରି ରହିଛନ୍ତି, କାରଣ ଏହା ଆଗାମୀ ନିର୍ବାଚନ ଦିନରେ ମଧ୍ୟ ଖୁବ ପ୍ରଭାବ ପକାଇବ ।

ଆଇପିୟୁ କଣ:ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ଵରର ସାଂସଦ ଅପରାଜିତା ଷଡଙ୍ଗୀ ନିକଟରେ ରଓ୍ଵାଣ୍ଡାର କିଗାଲିରେ ଆୟୋଜିତ ଅନ୍ତଃ ସଂସଦୀୟ ସଂଘ(ଆଇପିୟୁ)ର କାର୍ଯ୍ୟକାରୀ କମିଟି ପାଇଁ ଚୟନ ହୋଇଛନ୍ତି। ଷଡଙ୍ଗୀଙ୍କ ସପକ୍ଷରେ ଏସିଆ-ପ୍ରଶାନ୍ତ କ୍ଷେତ୍ରରୁ ୧୮ଟି ଭୋଟ୍ରୁ ୧୨ ଭୋଟ୍ ମିଳିଥିଲା। ଏହା ନିଶ୍ଚିତ ରୂପେ ଅପରାଜିତାଙ୍କ ପାଇଁ ବଡ ସଫଳତା। ଏହା ତାଙ୍କର ରାଜନୈତିକ କ୍ୟାରିୟର ଏବଂ ଦୃଷ୍ଟିକୋଣକୁ ଆହୁରି ବଳ ଦେବ। ଭାରତ ଦୀର୍ଘ ୨୦ ବର୍ଷ ପରେ ରାଷ୍ଟ୍ରୀୟ ସଂସଦର ପ୍ରତିଷ୍ଠିତ ବୈଶ୍ଵିକ ସଂଗଠନରେ ଭାରତ ପ୍ରତିନିଧିତ୍ଵ କରିବାକୁ ଯାଉଛି। ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳର ନେତୃତ୍ଵ ନେଉଛନ୍ତି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ। ଅନ୍ତଃ ସଂସଦୀୟ ସଂଘର ସଞ୍ଚାଳନ ପରିଷଦ ଦ୍ଵାରା ଆହୂତ ବୈଠକରେ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ। ଅପରାଜିତା ଆଇପିୟୁ ପାଇଁ ଚୟନ ହେବା ନିଶ୍ଚିତ ରୂପେ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କ ପାଇଁ ବଡ ଖବର। ଏମିତି ସଫଳତା ଅପରାଜିତାଙ୍କ ନେତୃତ୍ଵ ପରାକାଷ୍ଠାକୁ ଆହୁରି ସଶକ୍ତ କରିବ, ଯାହା ଓଡିଶା ଜନମାନସଙ୍କୁ ପ୍ରଭାବିତ କରିବାରେ ବେଶ ସହାୟକ ହେବ।

Get real time updates directly on you device, subscribe now.