fbpx

ଏହି ଦେଶରେ ସିରପ୍ ପିଇବାରୁ ଚାଲିଗଲା ୧୦୦ ଶିଶୁଙ୍କ ଜୀବନ: ବିକ୍ରି ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଇଣ୍ଡୋନେସିଆ ସରକାର ବୁଧବାର ଦିନ ସମସ୍ତ ସିରପ ଏବଂ ତରଳ ମେଡିସିନର ପ୍ରେସକ୍ରିପସନ୍ ତଥା ଓଭର ଦି କାଉଣ୍ଟର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାର ଘୋଷଣା କରିଛନ୍ତି । କିଡନୀରେ ଆଘାତ ହେତୁ ଚଳିତ ବର୍ଷ ପ୍ରାୟ ୧୦୦ ପିଲାଙ୍କର ମୃତ୍ୟୁ ଘଟିଛି । ଜାନୁଆରୀରୁ ତୀବ୍ର ବୃକକ୍ ଆଘାତ (ଏକେଆଇ) ରେ ଶିଶୁଙ୍କ ମୃତ୍ୟୁରେ ତୀବ୍ର ବୃଦ୍ଧି ଘଟିବା ପରେ ଦକ୍ଷିଣ ପୂର୍ବ ଏସୀୟ ଦେଶର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିଷେଧାଦେଶ ଜାରି କରାଯାଇଛି ।

ଏହା ପୂର୍ବରୁ ଗାମ୍ବିଆରେ ଏକ ଭାରତୀୟ କମ୍ପାନୀର ସିରପ ପିଇବା ପରେ ପ୍ରାୟ ୭୦ ପିଲାଙ୍କର ମୃତ୍ୟୁ ଘଟିଥିଲା, ଯାହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏକ ଡାକ୍ତରୀ ଆଲର୍ଟ ଜାରି କରିଥିଲା । ଇଣ୍ଡୋନେସିଆର ଖାଦ୍ୟ ଏବଂ ଡ୍ରଗ୍ ଏଜେନ୍ସି କହିଛି ଯେ, ଗାମ୍ବିଆକୁ ଆମଦାନୀ ହୋଇଥିବା ସିରପ୍ ସେମାନଙ୍କ ଦେଶରେ ନଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ସିରିଲ ମାନସୁର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ୨୦ ଟି ପ୍ରଦେଶରୁ ୯୯ ଜଣଙ୍କ ମୃତ୍ୟୁ ସହ ୨୦୬ ଟି ମାମଲା ସାମ୍ନାକୁ ଆସିଛି । ଏଥିସହ ସେ କହିଛନ୍ତି ଯେ, ସତର୍କତା ଅନୁଯାୟୀ ସ୍ୱାସ୍ଥ୍ୟ ସେବାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ସିରପକୁ ସାମୟିକ ଭାବେ ନ ଲେଖିବାକୁ ମନ୍ତ୍ରଣାଳୟ କହିଛି ।

Get real time updates directly on you device, subscribe now.