fbpx
BJD SKY
BJD SKY

(ଭିଡିଓ ) ମୁଣ୍ଡରେ ଚଢିଲା ସଫା କରିବାର ଭୂତ ,ପାଣିରେ ସଫା କରିଦେଲେ ଟିଭି ଆଉ ..

BJD

ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ମଜାଳିଆ ଭିଡିଓ ଦେଖିଥିବେ। କିଛି ଭିଡ଼ିଓ ଏପରି ଅଛି ଯାହା କୁ ଦେଖିଲେ ଆପଣଙ୍କ ଦୁଃଖ ମୁହଁ ରେ ଖୁସି ଆସିଯିବ । ତେବେ ଆଗକୁ ଆସୁଛି ପାର୍ବଣ ଋତୁ । ସମସ୍ତେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବେ ନିଶ୍ଚୟ । ଯାହା ପାଇଁ ଘରେ ଏବେ ଠାରୁ ସବୁ ସଫା ସଫି ହେଉଛି । ତେବେ ଏହା ଭିତରେ କିଏ ଘର ସଫା କରୁଛି ତ କିଏ ଦିୱାଲୀ ପାଇଁ ନୂଆ ପୋଷାକ କିଣୁଛନ୍ତି , ଲୋକମାନେ ଉଭୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ପ୍ରାୟତଃ ଲୋକମାନେ ଘର ସଫା କରିବା ପାଇଁ ପାଣି ବ୍ୟବହାର କରନ୍ତି । କିନ୍ତୁ ଘର ସଫା କରିଲା ବେଳେ ଆମକୁ ଟିକେ ଧ୍ୟାନ ଦେବାକୁ ପଡିଥାଏ । କାରଣ ପାଣି କିଛି ଏପରି ଜିନିଷ ଉପରେ ପଡ଼େ ଯାହା ପାଇଁ ସେ ସମ୍ପୂର୍ଣ ନଷ୍ଟ ହେଇଯାଏ। ତେବେ କିଛି ଲୋକ ଅଛନ୍ତି ଯାହାଙ୍କ କାର୍ଯ୍ୟ ଦେଖିଲେ ଆପଣ ଭି ତାଜୁବ ହେଇ ଯିବେ ।

ଆମେ ଯେକୌଣସି ବୈଦ୍ୟୁତିକ ଜିନିଷକୁ ପାଣିରୁ ରକ୍ଷା କରିଥାଉ ଏବଂ ଏହାକୁ ଏକ କପଡ଼ାରେ ପୋଛିଥାଉ। କିନ୍ତୁ ଭିଡିଓ ରେ ଏହି ବ୍ୟକ୍ତି ପ୍ରକୃତରେ ସବୁ ସୀମା ଅତିକ୍ରମ କରିଛନ୍ତି । ଭିଡିଓରେ ଏହି ବ୍ୟକ୍ତି ଜଣକ ଟିଭି ଏବଂ କମ୍ପ୍ୟୁଟରକୁ ପାଣି ପାଇପ ସାହାଯ୍ୟରେ ଧୋଇଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖି ଅନେକ ଲୋକ ପ୍ରତିକ୍ରିୟା ଦେବାକୁ ବାଧ୍ୟ ହେଇଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରାଯାଇଛି। ଭିଡିଓ କେବଳ ଲୋକମାନଙ୍କୁ ମନୋରଞ୍ଜନ କରିନାହିଁ ବରଂ ଲୋକମାନଙ୍କୁ (ସୋସିଆଲ ମିଡିଆ ବ୍ୟବହାରକାରୀ) ବହୁତ ହସାଇଛି। ଭିଡିଓକୁ ଏକ ମଜାଦାର କ୍ୟାପସନ୍ ମଧ୍ୟ ଦିଆଯାଇଛି, ଯେଉଁଥିପାଇଁ ଲୋକମାନେ ମନ୍ତବ୍ୟ ବିଭାଗରେ ମଧ୍ୟ ମଜା କରୁଥିବା ଦେଖାଯାଉଛି।

ଏହି ଭାଇରାଲ୍ ଭିଡିଓ  …

Get real time updates directly on you device, subscribe now.