fbpx
BJD SKY
BJD SKY

ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ, ନମାନିଲେ ଆପଣଙ୍କୁ ବି ହୋଇପାରେ ଜେଲ୍

BJD

ନୂଆଦିଲ୍ଲୀ : ଦୀପାବଳୀକୁ ଆଉ କିଛି ଦିନ ବାକି ଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହା ପୂର୍ବରୁ ବାଣ ଫୁଟାଇବା ଉପରେ କିଛି ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଉପରେ ଶକ୍ତ ପ୍ରତିବନ୍ଧକ ଲଗାଯାଇଛି । ଦୀପାବଳୀ ଅବସରରେ ବାଣର ବିକ୍ରି ଓ ଏହାକୁ ଫୁଟାଇବା କାରଣରୁ ଉତ୍ସବ ପରେ ବାୟୁ ପ୍ରଦୂଷଣର ସ୍ତର ବଢ଼ିଯାଉଛି । ସୁପ୍ରିମକୋର୍ଟଙ୍କ ଶକ୍ତ ନିର୍ଦ୍ଦେଶ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଯଦିଓ ପୂର୍ବରୁ ପ୍ରତିବନ୍ଧକ ରହିଥିଲା, ଏବେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଜରିମାନା ବି ଘୋଷଣା କରିଛନ୍ତି । ଯଦି ରାଜଧାନୀରେ କେହି ବି ବ୍ୟକ୍ତି ବାଣ ଫୁଟାଉଥିବାର ଦେଖା ଯାଆନ୍ତି, ତ ତାଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଯିବ । ଏଥି ସହିତ ବ୍ୟକ୍ତିଙ୍କୁ ୬ ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ବାଣ କିଣିବା ଏବଂ ତାହାକୁ ଫୁଟାଇବା ଉପରେ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ । ୬ ମାସ ଜେଲ ଦଣ୍ଡ ମଧ୍ୟ ମିଳିପାରେ । ସେଠି ଯିଏ ବି ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ । ବର୍ତ୍ତମାନ ପାଇଁ ଏହି ପ୍ରତିବନ୍ଧକ ଯେପରି ପ୍ରଭାବୀ ରୂପେ କାମ କରି ପାରିବ, ଏଥିପାଇଁ ୪୦୮ ଟିମ୍ ଗଠନ କରାଯାଇଛି । ଆସିଷ୍ଟାଣ୍ଟ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ୨୧୦ ଟିମ୍ ଗଠନ କରିଛି । ଆୟକର ବିଭାଗ ମଧ୍ୟ ୧୬୫ ଟିମ୍ ଗଠନ କରିଥିବା ବେଳେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତିର ମଧ୍ୟ ୩୩ ଟିମ୍ ମୁତୟନ ରହିବେ ।

Get real time updates directly on you device, subscribe now.