fbpx

ଭୟଙ୍କର ହେବ ୨୦୨୪ର ଗ୍ରୀଷ୍ମପ୍ରବାହ: ଆସନ୍ତାବର୍ଷର ତାପମାତ୍ରାକୁ ନେଇ NASA ର ଚେତାବନୀ

ନୂଆଦିଲ୍ଲୀ: ଆଗାମୀ ବର୍ଷ ୨୦୨୪ ପାଇଁ ଏବେଠୁ ସତର୍କ ବାଣୀ କରୁଛି ନାସା । ବିଶ୍ୱରେ ଆସନ୍ତାବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ହେବ ବୋଲି ବିଶ୍ୱବାସୀଙ୍କୁ ନାସା ଚେତାଇ ଦେଇଛି । ଦେଶ-ବିଦେଶରେ ଉକ୍ରଟ ହେବ ସମସ୍ୟା । ବର୍ଷ ବର୍ଷର ରେକର୍ଡ ଭାଙ୍ଗିବ ଖରା ଏବଂ ଅସହ୍ୟ ଗରମ । ଏହାବ୍ୟତୀତ ଏହି ବର୍ଷରେ ଅନେକ ଧନ ଜୀବନ ହାନୀ ହେବ ବୋଲି ଆକଳନ କରିଛନ୍ତି ନାସାର ମୁଖ୍ୟ ବିଲ୍ ନେଲସନ । ଯାହାକୁ ନେଇ ସାରା ବିଶ୍ୱରେ ଏବେ ଭାଳେଣି ପଡ଼ିଛି ।

ରିପୋର୍ଟ ଅନୁସାରେ, ୧୮୮୦ ମସିହା ପରେ ଚଳିତବର୍ଷ ହିଁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବରେ ରେକର୍ଡ କରିଥିଲା । କିନ୍ତୁ ଆସନ୍ତାବର୍ଷ ଏହି ସମସ୍ୟା ଆହୁରି ଉତ୍କଟ ହେବ ବୋଲି ନାସା ସାରା ବିଶ୍ୱକୁ ଚେତାବନୀ ଦେଇଛି । ନାସାର ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଚଳିତବର୍ଷ ଜୁଲାଇ ୩ରୁ ଅଗଷ୍ଟ ୭ ତାରିକ ପର୍ଯ୍ୟନ୍ତ ଦିନଗୁଡ଼ିକ ସବୁଠୁ ଉତ୍ତପ୍ତ ଥିଲା । ଯାହାର ପ୍ରଭାବରେ ସାରା ବିଶ୍ୱରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି । ଅନେକ ୟୁରୋପୀୟ ଦେଶମାନଙ୍କରେ ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଯାଇଥିବା ବେଳେ ଅନେକ ସ୍ଥାନରେ ବନ୍ୟା ସାଙ୍ଗକୁ ଭୂସ୍ଖଳନ ହୋଇ ବହୁ ଜନ ଜୀବନକୁ ନଷ୍ଟ କରିଦେଇଛି । ଏସବୁ ତାପମାତ୍ରାରେ ଅସାମାନ୍ୟ ବୃଦ୍ଧି ଯୋଗୁଁ ଘଟୁଛି । ଅତିଶୟ ମାତ୍ରାରେ କାର୍ବନ ଡାଇଅକ୍ସାଇଡ୍ ସହ ଏଲନିନୋ ମିଶି ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ତେବେ ୨୦୨୪ରେ ଏହି ଘଟଣା ଆହୁରି ବୃଦ୍ଧି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଘଟିବ ବୋଲି ସତର୍କ କରିଛନ୍ତି ନାସା ମୁଖ୍ୟ ନିଲସନ୍ ।

ବର୍ତ୍ତମାନ ସମୟରେ ସମଗ୍ର ଦେଶର ଅନେକ ସ୍ଥାନରେ ଜଳବାୟୁ ସଙ୍କଟ ସହ ସମସ୍ତେ ମୁକାବିଲା କରୁଛନ୍ତି । ତେବେ ଏହା ପଛରେ ଥିବା ବୈଜ୍ଞାନିକ କାରଣ ବୁଝିବାକୁ ପଡିବ । ଏହି ବର୍ଷ ଜୁଲାଇ ୩ରୁ ଅଗଷ୍ଟ ୭ ପ୍ରର୍ଯ୍ୟନ୍ତ ଲଗାତାର ୩୬ଦିନ ଧରି ଭୟଙ୍କର ଉତ୍ତାପ ଦେଖା ଦେଇଥିଲା । ବାୟୁ ମଣ୍ଡଳକୁ ଯାଉଥିବା କାର୍ବନ ନିର୍ଗମନ ଏବଂ ଏହା ସହିତ ଏଲନିନୋର ମିଶ୍ରଣରେ ସମଗ୍ର ବିଶ୍ୱରେ ଉତ୍ତପ୍ତ ବୃଦ୍ଧି ପାଇଛିି । ଆମେରିକା ଠାରୁ ଚୀନ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହୋଇଛି । ଉତ୍ତପ ଯୋଗୁଁ ଚୀନରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.