fbpx

ଗାଡି ପାଇଁ ସ୍ତ୍ରୀକୁ ଏସିଡ ପିଆଇଲା ସ୍ୱାମୀ

ବିହାର: ସ୍ୱାମୀ ସାଜିଲା ଜଲ୍ଲାଦ । ସ୍ତ୍ରୀକୁ ପିଆଇଲା ଏସିଡ । ଏଡିସ ପିଆଇ ମାରିଦେଲା ସ୍ୱାମୀ । ବର୍ତ୍ତମାନ ସମୟରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀର ମାଡରୁ ବର୍ତ୍ତିବାକୁ ଯାଇ ଭୟରେ ଏଡିସ ପିଇଥିଲା ସ୍ତ୍ରୀ । ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ବିହାର ବେଗୁସରାଇରେ । ଜୁଲାଇ ୨୮ ତାରିଖରେ ଅଞ୍ଜଳି ନାମକ ଜଣେ ନବବିବାହିତା ବଧୂଙ୍କ ସହିତ ଏହି ର୍ଦୁଘଟଣା ଘଟଣା ଘଟିଥିଲା । ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଏହି ଘଟଣାର ସତ୍ୟାସତ ସାମ୍ନାକୁ ଆସିଛି ।

ଅଞ୍ଜଳିଙ୍କ ସହିତ ଏଭଳି ହେବାର ମୁଖ୍ୟ କାରଣ ଯୌତୁକ ଥିଲା । ବିବାହର ତିନି ମାସ ପରେ ଶାଶୁ ଘର ଲୋକେ ଅଞ୍ଜଳୀକୁ ୨ଲକ୍ଷ ଟଙ୍କା ସହିତ ଗାଡି ଆଣିବା ପାଇଁ ବାଧ୍ୟ କରିଥିଲେ । ଏହି କାରଣରୁ ସେ ଅଞ୍ଜଳିକୁ ମାଡ ମଧ୍ୟ ମାରୁଥିଲେ । ଯୌତୁକ ନଆଣି ପାରିବାରୁ ଅଞ୍ଜଳିର ସ୍ୱାମୀ ତାଙ୍କୁ ମାଡ ମାରିବା ସହିତ ଏସିଡ ପିଇବା ପାଇଁ ବାଧ୍ୟ କରିଥିଲା । ସ୍ୱାମୀର ମାଡ ଭୟରେ ଅଞ୍ଜଳି ଏସିଡ ପିଇଲା । ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ । ଶାଶୁ ଏବଂ ଶ୍ୱଶୁର ବର୍ତ୍ତମାନ ଫେରାର ଅଛନ୍ତି ।

ସୂଚନାମୁତାବକ ତିନି ମାସ ତଳେ ମେ ୨ ତାରିଖରେ ଅଞ୍ଜଳିଙ୍କର ବିବହା ହୋଇଥିଲା ।ଆଉ ଯୌତୁକ କାରଣରୁ ଏହି ନବବିବାହିତଙ୍କ ଜୀବନ ଯାଇଛି ।ତେବେ ଏହି ଘଟଣା ପ୍ରଥମ ନୁହେଁ ଏହି ଭଳି ପ୍ରତିଦିନ ଅନେକ ଘଟଣା ଘଟୁଛି । ଯୌତୁକ ନିଆଁରେ ବହୁ ନିରୀହ ମାନଙ୍କର ଜୀବନ ଯାଉଛି । ବର୍ତ୍ତମାନ ଦେଖିବା ବାକି ରହିଲା ଏହି କ୍ଷେତ୍ରରେ ପୁଲିସ ପ୍ରଶାସନ ମୃତକଙ୍କ ପରିବାରକୁ କେତେ ଦୂର ନ୍ୟାୟ ଯୋଗାଇବାରେ ସମର୍ଥ ହୋଇ ପାରୁଛି ।

Get real time updates directly on you device, subscribe now.