fbpx

(Video) ଅବହେଳାର ସୀମା ପାର୍! ଚଳନ୍ତା କାରରୁ ଖସିପଡ଼ିଲା ନିରୀହ ଶିଶୁ, କିନ୍ତୁ ଗାଡ଼ି ରୋକିଲାନି ଡ୍ରାଇଭର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । କେତେକ ଭିଡିଓକୁ ଦେଖିଲେ ରାଗ ବି ଲାଗୁଛି । ଏପରି ଏକ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଦେଖିବା ପରେ ଇଣ୍ଟରନେଟର ଲୋକମାନେ ଅଭିଭାବକଙ୍କ ଅବହେଳାକୁ ନେଇ ପ୍ରଶ୍ନ କରୁଛନ୍ତି ।

ସୋସିଆଲ ମିଡିଆରେ ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଚୀନରେ ଏକ ଛୋଟ ଶିଶୁ କାରର ଡୋରରୁ ବାହାରକୁ ଖସିପଡ଼ୁଥିବା ଦେଖିବାକୁ ମିଳିଛି । ଶିଶୁଟି ତଳକୁ ଖସିପଡ଼ିଛି, ହେଲେ ଡ୍ରାଇଭରକୁ ଏବିଷୟରେ ହୋସ୍ ବି ନାହିଁ ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚୀନର ସାଂଘାଇରୁ ସାମ୍ନାକୁ ଆସିଛି । ସାଂଘାଇର ନିଙ୍ଗବୋର ଏକ ଟ୍ରାଫିକ୍ ଛକରେ ଏକ କାର ଅଟକିଥିଲା । କାରରୁ ଶିଶୁଟି ବାହାରକୁ ବାହାରିଥିବା ଭିଡିଓରେ ଦେଖିବାକୁ ମିଳିଛି । କିନ୍ତୁ ଗାଡ଼ି ଚାଲିବା ମାତ୍ରେ ଶିଶୁଟି ହଠାତ୍ ରାସ୍ତାକୁ ଖସିପଡିଥିଲା । କିନ୍ତୁ ଡ୍ରାଇଭରକୁ ଏବିଷୟରେ ଜଣା ନାହିଁ ଓ ସେ ନଦେଖି ସେଠାରୁ ଗାଡ଼ି ନେଇ ଚାଲିଯାଇଥିଲା । ଏହି ସମୟରେ ସେଠାରେ ଅନ୍ୟ ଗାଡ଼ିଗୁଡ଼ିକ ଆସି ପହଞ୍ଚିଛି ଓ ଲୋକମାନେ ଶିଶୁକୁ ଉଠାଇ କଡ଼କୁ ନେଇ ଯାଇଥିଲେ । ସୂଚନା ଅନୁସାରେ, ଶିଶୁଟି ସାମାନ୍ୟ ଆହତ ହୋଇଛି ।

Get real time updates directly on you device, subscribe now.