fbpx
BSKY SKY
BSKY SKY

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ

BSKY

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୭ଜଣ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୭୦୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୧୭ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୯୬, ଖୋର୍ଦ୍ଧାରୁ ୧୮, ବାଲେଶ୍ୱରରୁ ୧୬, ମୟୁରଭଞ୍ଜରୁ ୧୫, ବରଗଡ଼ରୁ ୧୩, କେନ୍ଦୁଝରରୁ ୧୨, ଝାରସୁଗୁଡ଼ାରୁ ୮, ମାଲକାନଗିରିରୁ ୭, ଯାଜପୁରରୁ ୬, ଅନୁଗୁଳରୁ ୫, କଟକରୁ ୫, ଢ଼େଙ୍କାନାଳରୁ ୪, ପୁରୀରୁ ୪, ଜଗତସିଂହପୁରରୁ ୩, କେନ୍ଦରାପଡ଼ାରୁ ୨, ସୋନପୁରରୁ ୨, ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.