fbpx

୫ଦିନ ସଟଡ଼ାଉନ ରହିବ ଗଞ୍ଜାମର ସବୁ ସହରାଞ୍ଚଳ

ଗଞ୍ଜାମ, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ରାଜ୍ୟର ସବୁଠାରୁ ଗଞ୍ଜାମ ଜିଲ୍ଳା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ ସଟଡ଼ାଉନ ରହିବା ନେଇ ଘୋଷଣା ହୋଇଛି । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି ଏନଏସି ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ ।

ସଟଡ଼ାଉନ ସମୟରେ ଘରଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ ଚଳାଇବ ଜିଲ୍ଲା ପ୍ରଶାସନ । ଏଥିପାଇଁ ୨୦୦ଟି ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଗଠନ କରାଯାଇଛି । ସବୁ ଟିମରେ ଜଣେ ଜଣେ ଡାକ୍ତର ରହିବେ । ଆଜି ଯାଏ ଜିଲ୍ଲାରେ ୪୨୪ କରୋନା ଯୋଦ୍ଧା ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି । ୨୩୧ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ଜିଲ୍ଳାପାଳ କହିଛନ୍ତି ।

Get real time updates directly on you device, subscribe now.