fbpx

ଚଳିତ ବନ୍ୟାରେ ୨୨ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳବର୍ଷା ହୋଇଥିଲା । ତେଣୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ପାଖାପାଖି ୪୬ ଗେଟ୍ ଖୋଲା ଯାଇଥିଲା । ଏନେଇ କେତେକ ନଦୀ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେବାରୁ କେତେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା । ବନ୍ୟାରେ ବହୁ ଗାଁ ଜଳବନ୍ଦୀ ଥିବା ବେଳେ ଘର ସହ ଧନଜୀବନ ହାନୀ ହୋଇଥିଲା । ଚଳିତ ବନ୍ୟାରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.