fbpx
BSKY
BJD SHG SKY
BJD MC SKY

ଖୁସି ଖବର ! ଦେଶରେ କମୁଛି କରୋନା ଲହର, ୨୪ ଘଣ୍ଟାରେ ଚିହ୍ନଟ ହେଲେ…

ଗତ ଚାରି ସପ୍ତାହରୁ ଅଧିକ ସମୟ ଧରି କରୋନା ଭାଇରସ ଚିନ୍ତାର କାରଣ ପାଲଟିଛି । ଅବଶ୍ୟ ଏବେ ଏଥିରେ ସାମାନ୍ୟ ଆଶ୍ୱସ୍ତି ପରିଲକ୍ଷିତ ହୋଇଛି । ଦିଲ୍ଲୀ-ଏନସିଆର ସହ ଅନ୍ୟ ଅଞ୍ଚଳରେ କୋଭିଡର ନୂଆ ସଂକ୍ରମଣ ଏବଂ ମୃତ୍ୟୁ ହାର କମ୍ ହେଉଥିବାର ଦେଖାଦେଇଛି ।

ଦେଶରେ ଗତ ୨୪ ଘଣ୍ଟାରେ କୋଭିଡର ୨,୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଗତକାଲି ତୁଳନାରେ ୧୧.୫ ପ୍ରତିଶତ କମ ରହିଛି । ଭାରତରେ ବର୍ତ୍ତମାନ କରୋନାର ୧୭,୩୧୭ ଆକ୍ଟିଭ ରୋଗୀ ରହିଛନ୍ତି ।

ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କୋଭିଡର ନୂଆ ୬୧୩ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ୩,୭୬୨ କୋଭିଡ ଆକ୍ଟିଭ କେସ ରହିଛନ୍ତି ଏବଂ ସଂକ୍ରମଣ ହାର ୪.୯୭ % ରହିଛି । ଏହା ସହ ହରିୟାଣା ଉତ୍ତର ପ୍ରଦେଶରେ ମଧ୍ୟ କୋଭିଡ ସଂକ୍ରମଣ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ହରିୟାଣା ସାପ୍ତାହିକ ହାର ୨୮ ପ୍ରତିଶତ ଏବଂ ୟୁପିରେ ୨୩ ପ୍ରତିଶତ ସଂକ୍ରମଣ ହାର କମ ହୋଇଛି ।

ଆଶ୍ୱସ୍ତିକର ଖବର ହେଉଛି ଯେ ଏବେ କୋଭିଡ ସେତେ ମାରାତ୍ମକ ହେଉନି । ଗତ ୨୪ ଘଣ୍ଟାରେ କୋଭିଡରେ ୨୭ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ୨ ହଜାର ୫୫୦ ଜଣ ସୁସ୍ଥ ହୋଇଛନ୍ତି । ଗତ ସପ୍ତାହ ତୁଳନାରେ ଦିଲ୍ଲୀ ଏନସିଆରରେ କରୋନା ସଂକ୍ରମଣ ୨୦ ପ୍ରତିଶତ ରେକର୍ଡ ହୋଇଛି ।

Get real time updates directly on you device, subscribe now.