fbpx

ଆଗକୁ ମହଙ୍ଗା ହେବ ବିମାନ ଯାତ୍ରା! ୫ % ବୃଦ୍ଧି ସହ ରେକର୍ଡ ସ୍ତରରେ ପହଞ୍ଚିଲା ଏୟାର ଇନ୍ଧନ

ନୂଆଦିଲ୍ଲୀ: ବିମାନ ଯାତ୍ରା ଏବେ ଆହୁରି ମହଙ୍ଗା ହୋଇପାରେ । ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଏୟାର ଇନ୍ଧନ ବା ଏଟିଏଫ୍ ଦାମ୍ ଲଗାତାର ବଢ଼ିବାରେ ଲାଗିଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ପୁଣି ଏୟାର ଇନ୍ଧନ ଦାମ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ ବିମାନ ଯାତ୍ରା ଆହୁରି ମହଙ୍ଗା ହେବ ।

ରିପୋର୍ଟ ମୁତାବକ, ଆଜି ଜେଟ ଇନ୍ଧନର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି କରିଛି ଭାରତୀୟ ତୈଳ ନିଗମ । ଏବେ ଏୟାର ଇନ୍ଧନର ମୂଲ୍ୟ କିଲୋଲିଟର ପିଛା ୧.୨୩ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏହାର ସିଧା ପ୍ରଭାବ ଯାତ୍ରୀଙ୍କ ପକେଟ୍ ଉପରେ ପଡିବ, କାରଣ ବିମାନ କମ୍ପାନୀଗୁଡ଼ିକ ସେମାନଙ୍କର ମୂଲ୍ୟ ଆଦାୟ କରିବା ପାଇଁ ଖୁବ ଶୀଘ୍ର ଭଡ଼ା ବୃଦ୍ଧି କରିପାରନ୍ତି ।

ତେବେ ଏଟିଏଫ୍ ଦାମରେ ୫% ବୃଦ୍ଧି ସହ ଏୟାର ଇନ୍ଧନର ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି । ୨୦୨୨ରେ ଏୟାର ଇନ୍ଧନ ଦାମ୍ ୧୦ ଥର ମହଙ୍ଗା ହୋଇଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ୧ ଓ ୧୬ ତାରିଖରେ ଏୟାର ଇନ୍ଧନର ଦାମକୁ ନେଇ ସମୀକ୍ଷା କରନ୍ତି । ଚଳିତବର୍ଷ ୧ ଜାନୁଆରୀ ପରେ ଏୟାର ଇନ୍ଧନ ପ୍ରାୟତଃ ୬୨ ପ୍ରତିଶତ ମହଙ୍ଗା ହୋଇଛି ।

Get real time updates directly on you device, subscribe now.