fbpx

ଆକ୍ସନ୍ ଥ୍ରିଲର୍ ‘ବିକ୍ରମ’ର ଟ୍ରେଲର୍ ରିଲିଜ୍: ୪ ବର୍ଷ ପରେ ସିଲଭର୍ ସ୍କ୍ରିନରେ କମଲ ହସନ

ନୂଆଦିଲ୍ଳୀ: ଜାତୀୟ ପୁରସ୍କାର ପ୍ରାପ୍ତ ସାଉଥ୍ ସୁପରଷ୍ଟାର କମଲ ହସନ ଦୀର୍ଘ ୪ ବର୍ଷ ପରେ ପରଦାକୁ ଫେରୁଛନ୍ତି । କମଲ ହସନଙ୍କ ଅପକମିଙ୍ଗ ଫିଲ୍ମ ବିକ୍ରମର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏହାର ଦମଦାର ଆକ୍ସନ୍ ଫ୍ୟାନ ମାନଙ୍କୁ ବେଶ ପସନ୍ଦ ଆସିଛି । ଲୋକେଶ କଙ୍ଗାରରାଜଙ୍କ ଏହି ଫିଲ୍ମଟି ଆସନ୍ତା ଜୁନ୍ ୩ ତାରିଖରେ ପରଦାକୁ ଆସିବ । ମୋ ଗୁରୁ କମଲ ହସନଙ୍କୁ ଏହା ମୋର ଗୁରୁଦକ୍ଷିଣା ବୋଲି ଟ୍ୱିଟ୍ କରିଥିଲେ ଲୋକେଶ ।

ଏହି ଫିଲ୍ମଟିରେ କମଲ ହସନଙ୍କ ବ୍ୟତିତ ବିଜୟ ସେଥୁପତି ଏବଂ ମାଲାୟଲମ ଷ୍ଟାର ଫହାଦ୍ ଫସିଲ୍ ମଧ୍ୟ ନଜର ଆସିବେ । ଟ୍ରେଲରରେ କୌଣସି ଚରିତ୍ରକୁ ଜାଣିବାର ସୁଯୋଗ ଦେଇ ନାହାନ୍ତି ନିର୍ଦ୍ଦେଶକ ଲୋକେଶ । ଫିଲ୍ମଟିରେ କମଲ ହସନ ଜଣେ ଏଜେଣ୍ଟ ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତିତ ଅନ୍ୟମାନଙ୍କ ସମ୍ପର୍କରେ ବିଶେଷ କିଛି ସୂଚନା ମିଳିନାହିଁ । ୨ ମିନିଟ୍ ୩୮ ସେକେଣ୍ଡର ଏହି ଟ୍ରେଲରଟିରେ ଜବରଦସ୍ତ ଆକ୍ସନର ଛୁଙ୍କ ଦେଖିବାକୁ ମିଳିଛି ।

ଏହି ଫିଲ୍ମରେ କାଳିଦାସ ଜୟରାମ, ନାରାୟଣ ଏବଂ ଅର୍ଜୁନ ଦାସ ସପୋର୍ଟିଙ୍ଗ ଭୂମିକାରେ ନଜର ଆସିବେ । ଅନିରୁଦ୍ଧ ରବିଚନ୍ଦର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗିରିଶ ଗଙ୍ଗାଧରନ ଏହାର ସିନେମାଟୋଗ୍ରାଫର ରହିଛନ୍ତି । କମଲ ହସନଙ୍କ ରାଜ କମଲ ଫିଲ୍ମସ ବ୍ୟାନରରେ ଏହି ଫିଲ୍ମଟି ନିର୍ମିତ ହେବାକୁ ଯାଉଛି ।

Get real time updates directly on you device, subscribe now.