fbpx

NEET ରେଜିଷ୍ଟ୍ରେସନ ପାଇଁ ବଢ଼ିଲା ସମୟସୀମା: ଏହି ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୨ ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଏଣିକି ପ୍ରାର୍ଥୀମାନେ ମେ’ ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହାପୂର୍ବରୁ ଆବେଦନ କରିବାର ଶେଷ ତାରିଖ ମେ’ ୧୫ ଥିଲା ।

ଯେଉଁ ଛାତ୍ରମାନେ ଏପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆବେଦନ କରିନାହାଁନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ neet.nta.nic.in କୁ ଯାଇ ଆବେଦନ ଫର୍ମ ପୂରଣ କରିପାରିବେ । ୧୭ ଜୁଲାଇରେ ୫୪୩ ଟି ସହରରେ ସ୍ନାତକୋତ୍ତର ମେଡିକାଲ ପ୍ରବେଶିକା ପରୀକ୍ଷା କରାଯିବ । ଏହି ପରୀକ୍ଷା ପେନ୍ ଓ କାଗଜ ମୋଡରେ କରାଯିବ । ୧୩ ଟି ଭାଷାରେ ଏହି ପରୀକ୍ଷା କରାଯିବ । ବର୍ତ୍ତମାନ ସୁଦ୍ଧା ଏହି ପରୀକ୍ଷା ପାଇଁ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ଆବେଦନ ଶୁଳ୍କ :-

ଏହି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିବା ପାଇଁ ଜଣେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୧୬୦୦ ଟଙ୍କା ଦେବାକୁ ପଡିବ । ଏଥି ସହ ଜେନେରାଲ୍- EWS, OBC-NCL ବର୍ଗର ପ୍ରାର୍ଥୀଙ୍କୁ ୧୫୦୦ ଟଙ୍କା ଦେବାକୁ ପଡିବ । ଏସସି, ଏସଟି, ଏବଂ ଥାର୍ଡ ଜେଣ୍ଡର ପ୍ରାର୍ଥୀଙ୍କ ପାଇଁ ୯୦୦ ଟଙ୍କା ସ୍ଥିର କରାଯାଇଛି ।

ଚଳିତ ବର୍ଷ ଭାରତରେ ୯୦,୮୨୫ MBBS ସିଟ୍ ପାଇଁ NEET ପ୍ରବେଶିକା ପରୀକ୍ଷା ହେବ । ଏହା ସହିତ BDS ପାଇଁ ୨୭,୯୪୮ ସିଟ୍, AYUSH ପାଇଁ ୫୨,୭୨୦, BSc ନର୍ସିଂ ପାଇଁ ୪୮୭ ଓ BVSCର ୬୦୩ ସିଟ୍ ପାଇଁ ନିଟ୍ ଆୟୋଜିତ ହେବ ।

Get real time updates directly on you device, subscribe now.