fbpx

(Video) ଇନଷ୍ଟାଗ୍ରାମ ରିଲ୍ସ ନିଶା ଦେଲା ଅଚାନକ ଝଟକା: ଜଳପ୍ରପାତରେ ହଜିଗଲେ ୨୩ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ତେଣୁ ଆଜିକାଲିର ଯୁବପୀଢ଼ି ଏବେ ସ୍ମାର୍ଟଫୋନ, ଇଣ୍ଟରନେଟ ପାଇଁ ପାଗଳ ହୋଇ ଯାଉଛନ୍ତି । ଯୁବପୀଢ଼ିଙ୍କୁ ଏବେ ସେଲଫି, ରିଲ୍ସ ନିଶା ଘାରିଛି । ଏହି କାରଣରୁ ଅନେକଙ୍କର ଅକାଳ ମୃତ୍ୟୁ ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ତେବେ ଇନଷ୍ଟାଗ୍ରାମ ରିଲ୍ସ ତିଆରି କରିବାର ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି ।

ଜଣେ ଯୁବକ ଇନଷ୍ଟାଗ୍ରାମ ରିଲ୍ସ ତିଆରି କରିବା ଉଦ୍ଦେଶ୍ୟରେ ଜଳପ୍ରପାତର ଏକ ପଥର ଉପରେ ଛିଡ଼ା ହୋଇଯାଇଥିଲା । ମାତ୍ର ବିପଦ ଅଚାନକ ଯେ ମାଡ଼ି ଆସିବ ତାହା କେହି କଳ୍ପନା କରିନଥିଲେ । ଅଚାନକ ଯୁବକଙ୍କର ପାଦ ଖସି ଯାଇଥିଲା ଆଉ ସେ ଜଳପ୍ରପାତର ଜଳରାଶିରେ କୁଆଡ଼େ ହଜି ଯାଇଥିଲେ । କର୍ଣ୍ଣାଟକରୁ ଆସିଛି ଏଭଳି ଏକ ହୃଦୟଥରା ଘଟଣା । ମାତ୍ର ଦୁଇ ସେକେଣ୍ଡ ମଧ୍ୟରେ ୨୩ ବର୍ଷୀୟ ଯୁବକ ଶରତ କୁମାର ଜଳରାଶିରେ କୁଆଡ଼େ ଗାଏବ୍ ହୋଇଯାଇଥିଲେ ।

ଭଦ୍ରାବତୀର ବାସିନ୍ଦା ଶରତ ଆରାସିନାଗୁଣ୍ଡି ଜଳପ୍ରପାତ ନିକଟରେ ରହିଥିବା ଏକ ପଥର ଖଣ୍ଡ ଉପରେ ଛିଡ଼ା ହୋଇ ଇନଷ୍ଟାଗ୍ରାମ ରିଲ୍ସ ତିଆରି କରୁଥିଲେ । ଏହି ସମୟରେ ତାଙ୍କର ବନ୍ଧୁମାନେ କ୍ୟାମେରାରେ ଏହି ଦୃଶ୍ୟକୁ ରେକର୍ଡ କରୁଥିଲେ । ପ୍ରକୃତିର ଏହି ଆକର୍ଷଣୀୟ ଦୃଶ୍ୟ ସହିତ ନିଜକୁ ହଜାଇ ଦେବାର ଖୁସି ଅନୁଭବ କରିବାକୁ ଯାଇ ଶରତ ନିଜେ ହଜିଯାଇଛନ୍ତି । ରେସକ୍ୟୁ ଟିମ୍ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଶରତ ନିଖୋଜ ଅଛନ୍ତି । ଏନେଇ ଶରତଙ୍କ ପରିବାର ବର୍ଗ ସ୍ଥାନୀୟ ପୋଲିସରେ ଏକ ମାମଲା ଦାୟର କରିଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.