fbpx

ବନ୍ଧୁକ ଦେଖାଇ ଲୁଟିନେଲେ ୨୩ଲକ୍ଷ

ଖୋର୍ଦ୍ଧା, ୨୪ା୧(ଓଡ଼ିଶା ଭାସ୍କର): ଖୋର୍ଦ୍ଧାର ଟିଏଲସି ରୋଡ଼ରୁ ୨୩ଲକ୍ଷ ୬୮ହଜାର ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ଦେଖାଇ ନୂଆ ବସଷ୍ଟାଣ୍ଡ ଏଲଆଇସି ଅଫିସ ନିକଟରୁ ଲୁଟ ହୋଇଛି । ବାଇକରେ ଆସି ୩ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଲଆଇସି ଅଫିସରୁ ଟଙ୍କା ନେଇ ଫେରୁଥିବା ବେଳେ ଲୁଟ ହୋଇଛି । ଏନେଇ ଟାଉନ ଥାନାରେ କୁଦିଆରୀର ବାପୁଜୀ ମହାରଣା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.