fbpx

ସରକାରୀ ଚାକିରି ଖୋଜୁଥିଲେ ଖୁସିଖବର: SAILରେ ଖାଲି ପଡିଛି ୨୪୫ ପଦବୀ, ଦରମା ଲକ୍ଷେରୁ ଅଧିକ

ସରକାରୀ ଚାକିରି ଖୋଜୁଥିଲେ ଆସିଛି ଏକ ବଡ ସୁଯୋଗ । ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ରେ ଖାଲିପଡିଛି ମ୍ୟାନେଜମେଣ୍ଟ ଟ୍ରେନି ପଦବୀ। ଏଠାରେ ୨୪୫ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ନଭେମ୍ବର ୨୩ ଭିତରେ ଅଫିସିଆଲ ୱେବସାଇଟ୍‌ sailcareers.com କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ GATE ପରୀକ୍ଷା ଦେଇଥିବା ଜରୁରୀ ।

ପଦବୀ ବିବରଣୀ : ୨୪୫

ମେକାନିକାଲ ଇଂଜିନିୟରିଂ : ୬୫
ମେଟାଲର୍ଟିକଲ ଇଂଜିନିୟରିଂ: ୫୨
ଇଲେକ୍ଟ୍ରିକାଲ ଇଂଜିନିୟରିଂ : ୫୯
ଇଷ୍ଟମେଣ୍ଟେସନ ଇଂଜିନିୟରିଂ :୧୩
ମାଇନିଂ ଇଂଜିନିିୟରିଂ : ୨୬
କେମିକାଲ ଇଂଜିନିୟରିଂ : ୧୪
ସିଭିଲ ଇଂଜିନିୟରିଂ : ୧୬

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କ ପାଖରେ ଅତିକମରେ ୬୫ ପ୍ରତିଶତ ମାର୍କ ସହିତ ଇଂଜିନିୟରିଂ ଡିଗ୍ରୀ ରହିଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୮ ବର୍ଷ ହେବା ଜରୁରୀ। ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଛୁଟ ସହିତ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ରିହାତି ମିଳିବ।

ମାସିକ ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ମିଳିବ।

ଏକମାସ ପର୍ଯ୍ୟନ୍ତ ଟ୍ରେନିଂ ପରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ମିଳିବ। ଯାହାର ମାସିକ ଦରମା ୧,୮୦୦୦୦ ଟଙ୍କା ମିଳିବ।

Get real time updates directly on you device, subscribe now.