fbpx

ଭୁକମ୍ପର ୨୪୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହେଲେ ଜୀବନ୍ତ ବ୍ୟକ୍ତି, ୪୧ ହଜାର ଟପିଛି ମୁତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ତୁର୍କୀରେ ପ୍ରଳୟଙ୍କାରୀ ଭୂକମ୍ପରେ ବର୍ତ୍ତମାନ ସୁଧା ୪୧ ହଜାର ମୃତ୍ୟୁ ସଂଖ୍ୟା ଟପିବା ପରେ ଭଗ୍ନାବଶେଷ ତଳୁ ଏକ ବ୍ୟକ୍ତି ଜୀବିତ ଥିବା କଥା ସାମ୍ନାକୁ ଆସିଛି । ତୁର୍କୀର ଉଦ୍ଧାରକାରୀ ଟିମ୍ ଭୂକମ୍ପର ୧୨ ଦିନ ପରେ ଶୁକ୍ରବାର ଦିନ ଜଣେ ୪୫ ବ୍ୟକ୍ତିଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏହି ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳୁ ଜୀବିତ ଲୋକଙ୍କୁ ଖୋଜୁଥିବାର ଜଣା ପଡ଼ିଛି । ଗୁରୁବାର ବିଳମ୍ବିତ ରାତିରେ ଏବଂ ଶୁକ୍ରବାର ସକାଳେ ୧୪ ବର୍ଷର ବାଳକ ସମେତ ଆଉ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁସାରେ, ଉଦ୍ଧାରକାରୀ ମାନେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ବ୍ୟକ୍ତି ମାନଙ୍କୁ ଅଧିକ ଉଦ୍ଧାର କରିଛନ୍ତି । ସିରିଆ ସୀମା ନିକଟ ଦକ୍ଷିଣ ପ୍ରଦେଶର ହାଟାଇରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ପରେ ହାକାନ ୟାସିନୋଗ୍ଲୋ ନାମକ ଜଣେ ବ୍ୟକ୍ତିଙ୍କୁ ୨୭୮ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ସୋସିଆଲ ମିଡିଆରେ ଥିବା ଚିତ୍ରରେ ଉଦ୍ଧାର କର୍ମଚାରୀମାନେ ବିଲ୍ଡିଂର ଧ୍ୱଂସାବଶେଷ ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ନେଇଥିବାର ଦେଖାଯାଇଥିଲା । ଖସିଯିବାକୁ ଏଡ଼ାଇବା ପାଇଁ ତାଙ୍କୁ ଏକ ଷ୍ଟ୍ରେଚରରେ ବାନ୍ଧି ଏକ ସୁବର୍ଣ୍ଣ ରଙ୍ଗର ଥର୍ମାଲ ଜ୍ୟାକେଟରେ ଆଚ୍ଛାଦିତ କରାଯାଇଥିଲା । ଉଦ୍ଧାର ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା।

ତୁର୍କୀର ଉପରାଷ୍ଟ୍ରପତି ଫୁଏଟ୍ ଅକ୍ଟୋ ଶୁକ୍ରବାର ଦିନ କହିଛନ୍ତି ଯେ, ଏହି ଅଞ୍ଚଳର ୨୦୦ ରୁ କମ୍ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଭୂକମ୍ପରେ ତୁର୍କୀ ଏବଂ ସିରିଆରେ ୪୧,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି, ହଜାର ହଜାର ଲୋକ ଆହତ ହୋଇଛନ୍ତି ଏବଂ ଥଣ୍ଡା ତାପମାତ୍ରାରେ ଲକ୍ଷ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ତୁର୍କୀର ୧୧ ଟି ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା। ତୁର୍କୀ ଅଧିକାରୀ କହିଛନ୍ତି ଯେ, ଆଡାନା, କିଲିସ୍ ଏବଂ ସାନ୍ଲିର୍ଫାର ତିନୋଟି ପ୍ରଦେଶରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି।

Get real time updates directly on you device, subscribe now.