fbpx

ଘାଇଲା କରୁଛି କରୋନା! ସେପଟେ ଅକ୍ସିଜେନ୍ ଅଭାବରୁ ଚାଲିଗଲା ୨୫ ଜୀବନ

ନୂଆଦିଲ୍ଲୀ,୨୪ ।୪: ସାରା ଦେଶରେ କରୋନା ମାମଲା ବଢୁଥିବା ବେଳେ ଏଥିରୁ ବାଦ୍ ପଡିନି ରାଜଧାନୀ ଦିଲ୍ଲୀ । ରାଜଧାନୀରେ ଅଧିକ ସଂଖ୍ୟକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ ଗୁରୁତରମାନଙ୍କୁ ବଞ୍ଚାଇବାକୁ ଅକ୍ସିଜେନ ଏକମାତ୍ର ସାଧକ ସାଜିଛି । ଏହାରି ମଧ୍ୟରେ ଦିଲ୍ଲୀର ଜୟପୁର ଗୋଲ୍ଡନ ମେଡିକାଲରେ ଅକ୍ସିଜେନ ଅଭାବରୁ ୨୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ଅକ୍ସିଜେନ ବିତରଣକୁ ନେଇ ଅନେକ ମେଡିକାଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଜୟପୁର ଗୋଲ୍ଡନ ମେଡିକାଲ ପକ୍ଷରୁ କୁହାଯାଇଛି, ଗତକାଲି ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀର ଆଉ ଏକ ସରୋଜ ହସ୍ପିଟାଲରେ ମଧ୍ୟ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି । ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ମେଡିକାଲରେ ଅଧିକ ରୋଗୀଙ୍କୁ ଭର୍ତ୍ତି କରାଯାଉନଥିବା ବେଳେ ଅନେକ ରୋଗୀଙ୍କୁ ମେଡକାଲରୁ ଡିସଚାର୍ଜ କରାଯାଉଥିବା କୁହାଯାଉଛି ।

Get real time updates directly on you device, subscribe now.