fbpx

ଚୀନରେ ଭୟଙ୍କର ଅଗ୍ନିକାଣ୍ଡ: ୨୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚୀନରୁ ଆସିଛି ଏକ ବଡ଼ ଖବର । ଏକ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ଦେଶର ଦକ୍ଷିଣ-ପୂର୍ବ ଜିୟାଙ୍ଗଶୀ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଅତିକମରେ ୨୫ ଜଣଙ୍କ ପ୍ରାଣହାନୀ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । କିଛି ଦୋକାନର ବେସମେଣ୍ଟରେ ନିଆଁ ଲାଗିଥିବା ନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଜିନ୍ୟୁ ସହରର କିଛି ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି ।

ଖବର ପାଇ ଅଗ୍ନିଶମ ବାହିନୀ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଗ୍ନିକାଣ୍ଡରେ କେତେଜଣ ଲୋକ ଆହତ ହୋଇଛନ୍ତି ସେନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ । ଏହା ପୂର୍ବରୁ ଗତ ୨୦ ତାରିଖରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଅଗ୍ନିକାଣ୍ଡର କାରଣ ନେଇ ସମୀକ୍ଷା କରାଯାଉଛି ।

Get real time updates directly on you device, subscribe now.