fbpx

AIIMS Delhi ପକ୍ଷରୁ ବାହାରିଲା ୨୫୪ଟି ପଦବୀ: ୨୭ ପ୍ରକାରର ଚାକିରିରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ତରଫରୁ ୨୫୪ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିବେ । ସାଇଣ୍ଟିଷ୍ଟ, ମେଡିକାଲ ଫିଜିସିଷ୍ଟ, ପ୍ରୋଗ୍ରାମର ଓ ଅନ୍ୟ ପଦବୀ ଖାଲି ରହିଛି ।

ଆସନ୍ତା ୧୯ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ମାସ ୧୯ ତାରିଖରେ ଏହା ସମାପ୍ତ ହେବ । ଭିନ୍ନ ଭିନ୍ନ ପଦବୀ ପାଇଁ ସର୍ବାଧିକ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରାର୍ଥୀମାନେ ଦଶମ, ଦ୍ୱାଦଶ, ଡିପ୍ଲୋମା, ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ୨୭ ପ୍ରକାର ପଦବୀରେ ନିଯୁକ୍ତି ମିଳିବ ।

ପ୍ରାର୍ଥୀମାନେ ରେଜିଷ୍ଟ୍ରେସନ ସ୍ଲିପ ଓ ପେମେଣ୍ଟର ପ୍ରମାଣ ନିଜ ପାଖରେ ରଖିବାକୁ ଅନୁରୋଧ । ଜେନେରାଲ / ଓବିସି ପ୍ରାର୍ଥୀମାନେ ୩ ହଜାର ଟଙ୍କା, ଏସସି / ଏସଟି / ଇଡବ୍ଲ୍ୟୁଏସ ପ୍ରାର୍ଥୀମାନେ ୨ ହଜାର ଟଙ୍କା ଜମା କରିବେ । ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଯେଉଁ ଏସସି / ଏସଟି ପ୍ରାର୍ଥୀମାନେ ପରୀକ୍ଷା ଦେଇଥିବେ, ରେଜଲ୍ଟ ଘୋଷଣା ପରେ ସେମାନଙ୍କର ଫିସ୍ ରିଫଣ୍ଡ କରାଯିବ ।

ଅନଲାଇନ ଆବେଦନ ଲିଙ୍କ: Available on 19.11.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-AIIMS-Delhi-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aiims.edu/en.html

Get real time updates directly on you device, subscribe now.