fbpx

ପାକିସ୍ତାନକୁ ହରାଇ ଦ୍ୱିତୀୟ ଟି-୨୦ ବିଶ୍ୱକପ ଜିତିଲା ଇଂଲଣ୍ଡ, ମେଲବର୍ଣ୍ଣରେ ଭାଙ୍ଗିଲା ପାକିସ୍ତାନ ସ୍ୱପ୍ନ

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ମାତ୍ ଦେଇ ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଛି। ଏହା ଇଂଲଣ୍ଡର ଦ୍ୱିତୀୟ ଟି-୨୦ ବିଶ୍ୱକପ ବିଜୟ। ବେନ୍ ଷ୍ଟୋକ୍ସ ଏବଂ ମୋଇନ୍ ଅଲୀଙ୍କ ଦମଦାର ପାଳି ସାହାଯ୍ୟରେ ଇଂଲଣ୍ଡ ପାକିସ୍ତାନକୁ ଧୁଳି ଚଟାଇଛି। ଏହା ସହିତ ପାକିସ୍ତାନର ବିଶ୍ୱକପ୍ ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଯାଇଛି ।

ଏହା ପୁର୍ବରୁ ୨୦୧୦ରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ବିଜୟ ଲକ୍ଷ୍ୟକୁ ପିଛା କରି ବେନ୍ ଷ୍ଟୋକ୍ସଙ୍କ ଦମଦାର ୫୨ ପାଳି ସହାୟତାରେ ୬ ବଲ୍ ବାକି ଥାଇ ଇଂଲଣ୍ଡ ଏହି ମ୍ୟାଚ୍ ଜିତି ନେଇଛି ।

ପାକିସ୍ତାନୀ ବୋଲର ଏହି ମ୍ୟାଚ୍‌କୁ ନିଜ ପକ୍ଷକୁ ନେବା ପାଇଁ ଜୋରଦାର ଲଡେଇ କରିଥିଲେ । ବୋଲରମାନେ ଉଇକେଟ୍ ନେବା ସହିତ ରନ୍ ମଧ୍ୟ ବଞ୍ଚାଇଥିଲେ । କିନ୍ତୁ ଛୋଟ ଲକ୍ଷ୍ୟ ଆଗରେ ଏସବୁ ପରିଶ୍ରମ ବୃଥା ଯାଇଥିଲା । ପାକିସ୍ତାନ ପାଇଁ ହାରିସ ରୌଫ ୨ଟି ଉଇକେଟ୍‌, ଶାହୀନ ଆଫ୍ରିଦ,ଶାଦାବ ଖାନ୍ ଏବଂ ମହମ୍ମଦ ୱାସିମ୍ ଗୋଟିଏ ଲେଖାଏଁ ଉଇକେଟ୍ ପାଇଥିଲେ ।

Get real time updates directly on you device, subscribe now.