fbpx

SDMଙ୍କର କଟିଲା ୨୬,୫୦୦ ଟଙ୍କାର ଟ୍ରାଫିକ୍ ଚାଲାଣ: ଯାନର ଇନ୍ସ୍ୟୁରାନ୍ସ, ପଲ୍ୟୁସନ, ନମ୍ବର ପ୍ଲେଟ୍ ଠିକ୍ ନଥିଲା

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଅନେକ ସାଧାରଣ ଲୋକ ମୋଟା ଅଙ୍କର ଫାଇନ ଦେଇଥାନ୍ତି । ତେବେ ଜଣେ ଏସଡିଏମ ଯଦି ଟ୍ରାଫିକ ନିୟମ ନ ମାନିବେ ତେବେ ସାଧାରଣ ଜନତାଙ୍କୁ କ’ଣ କହିବା । ନିକଟରେ ଉତ୍ତରପ୍ରଦେଶର ଅମରୋହାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଏଆରଟିଓ ଅଧିକାରୀ ଜଣେ ଏସଡିଏମଙ୍କର ୨୬,୫୦୦ ଟଙ୍କାର ଚାଲାଣ କାଟିଛନ୍ତି ।

ସୂଚନା ମୁଦାବକ, ଏସଡିଏମଙ୍କର ଗାଡ଼ିରେ ଲାଗିଥିବା ନମ୍ବର ପ୍ଲେଟରେ କିଛି ନମ୍ବର ମିସିଂ ରହିଥିଲା । ଏଥିସହିତ ଗାଡ଼ିର ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ ଗତ ୨୦୨୦ ମସିହାରେ ସମାପ୍ତ ହୋଇସାରିଥିଲା । ଏପରି ଏକାଧିକ ଅଭିଯୋଗ ଜିଲ୍ଲା ସୁରକ୍ଷା ସମିତି ବୈଠକରେ ଜଣେ ସଦସ୍ୟଙ୍କ ପକ୍ଷରୁ ଅଣାଯାଇଥିଲା । ଏହି ଅଭିଯୋଗ ମିଳିବା ପରେ ଅଧିକାରୀମାନେ ଏସଡିଏମଙ୍କ ଗାଡ଼ିର ଯାଞ୍ଚ ଆରମ୍ଭ କରିଦେଇଥିଲେ ।

ଏକାଧିକ ଗାଡ଼ି ଭଡ଼ାରେ ଅଣାଯାଇ ବିଭିନ୍ନ ବିଭାଗରେ ନିୟୋଜିତ କରାଯାଇଥିଲା । ସେଥିମଧ୍ୟରୁ ଅଧିକାଂଶ ଗାଡ଼ି ଦ୍ରୁତତମ ଯାନ ଭାବେ ପଞ୍ଜିକୃତ ହୋଇଥିଲା । ନିୟମ ମୁତାବକ, ଏଗୁଡ଼ିକ ବ୍ୟବସାୟିକ ଯାନ ଭାବେ ରେଜିଷ୍ଟର୍ଡ ହେବା ଉଚିତ । ଏଥିସହିତ ଇନ୍ସ୍ୟୁରାନ୍ସ-ଫିଟନେସ୍ ମଧ୍ୟ ରହିଥିବା ଆବଶ୍ୟକ । ଏହି ଯାନଗୁଡ଼ିକରେ ହାଇ ସିକ୍ୟୁରିଟି ପ୍ଲେଟ ମଧ୍ୟ ଲାଗି ନଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.