fbpx
BSKY
BJD MC SKY
BJD YOUTH SKY

ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ, ମରୁଡି ଆଶଙ୍କା ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ସ୍ୱାଭାବିକଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁଲାଇ ୧ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଯାଜପୁର, ଭଦ୍ରକ, ବଲାଙ୍ଗିର, କେନ୍ଦୁଝର, ଅନୁଗୁଳର ଜିଲ୍ଲାରେ ବର୍ଷାର ପରିମାଣ ଉଦ୍‌ବେଗଜନକ ରହିଛି । ଏହି ୫ଜିଲ୍ଲାରେ ସ୍ୱାଭାବିକ ବର୍ଷାର ପରିମାଣ ଠାରୁ ୪୦ ପ୍ରତିଶତ କିମ୍ବା ତାଠୁ ଅଧିକ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି । ରାଜ୍ୟର ସର୍ବନିମ୍ନ ବୃଷ୍ଟିାତ ହୋଇଛି ଯାଜପୁର ଜିଲ୍ଲାରେ । ଯାଜପୁରରେ ସ୍ୱାଭାବିକ ବର୍ଷାଠୁ ୫୪ ପ୍ରତିଶତ, ଭଦ୍ରକରେ ୫୦ ପ୍ରତିଶତ, ବଲାଙ୍ଗିରରେ ୪୩ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

ସେହିପରି କେନ୍ଦୁଝରରେ ସ୍ୱାଭାବିକ ବର୍ଷାର ପରିମାଣଠୁ ୪୨ ପ୍ରତିଶତ ଓ ଅନୁଗୁଳରେ ୪୦ ପ୍ରତିଶତ କମ ବର୍ଷା ରେକର୍ଡ କରିଛି ପାଣିାଗ ବିଭାଗ । ନିଅଣ୍ଟ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ପାଣି ଅଭାବରୁ ଫସଲ ନଷ୍ଟ ସହ ମରୁଡି ଆଶଙ୍କା ଦେଖାଦେଲାଣି ।

Get real time updates directly on you device, subscribe now.