fbpx

ଲା ଗଣେଶନ ହେଲେ ମଣିପୁର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ): ମଣିପୁରର ନୂତନ ରାଜ୍ୟପାଳ ହୋଇଛନ୍ତି ଲା ଗଣେଶନ୍‌ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳଭାବେ ଲା ଗଣେଷନ୍‌ଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଗଣେଶନ ବିଜେପିର ଜଣେ ବରିଷ୍ଠ ସଦସ୍ୟ ଥିଲେ ଏବଂ ଏହାପୂର୍ବରୁ ସେ ରାଜ୍ୟସଭାର ସଦସ୍ୟ ଥିଲେ । ଲା ଗଣେଶନ ତାମିଲନାଡୁ ବିଜେପିର ସଭାପତି ଭାବେ ମଧ୍ୟ ପୂର୍ବରୁ ଦାୟିତ୍ୱ ତୁଲାଇ ସାରିଛନ୍ତି । ବିଜେପିର ବିଭିନ୍ନ ପଦବୀରେ ରହି ଦଳକୁ ମଜବୁତ କରିବାରେ ତାଙ୍କର ବଡ଼ ଭୂମିକା ରହିଛି । ଲା ଗଣେଶନ ରାଜ୍ୟପାଳଭାବେ ନିଯୁକ୍ତି ପ୍ରସଙ୍ଗରେ କହିଛନ୍ତି ଯେ ଯେଉଁ ପଦବୀ ମିଳିଛି ସେଥିାଇଁ ସେ ବହୁତ ଉତ୍ସାହିତ ।

Get real time updates directly on you device, subscribe now.