fbpx

ଆଜିଠୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଦ୍ୱାର, ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କୋଭିଡ୍‌ ନେଗେଟିଭ୍‌ କିମ୍ବା ଡବଲ୍‌ ଡୋଜ୍‌ ଟିକା ପ୍ରମାଣପତ୍ର ଜରୁର

ପୁରୀ (ଭାସ୍କର ନ୍ୟୁଜ୍): ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ଦୀର୍ଘ ୪ ମାସ ପରେ ଆଜିଠୁ କାଳିଆ ସାଆନ୍ତଙ୍କ ଦର୍ଶନ କରିବେ ସମସ୍ତ ସାଧାରଣ ଭକ୍ତ। ଖୋଲିବ ଶ୍ରୀମନ୍ଦିର। ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ରହିଥିବା ଉତ୍କଣ୍ଠାର ଅବସାନର ଅନ୍ତ ଘଟିଛି। ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୮ଟି ସ୍ଥାନରେ କିଓସ୍କୋରେ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଏଥପାଇଁ କାଠ ବ୍ୟାରିକେଡ୍‌ ନିର୍ମାଣଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଭିତର ବିଶୋଧନ ଆଦି କାମ ସରିଛି । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ପ୍ରଭୁଙ୍କ ଦର୍ଶନ କରିବେ । ଦର୍ଶନାର୍ଥୀମାନେ ଦୁଇ ଡୋଜ ଟିକା କିମ୍ବା କୋଭିଡ୍‌ ନେଗେଟିଭ୍‌ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବେ । ଶ୍ରୀମନ୍ଦିର ଆନନ୍ଦବଜାରରେ ପ୍ରସାଦ ସେବନ କରି ପାରିବେ ନାହିଁ ଦର୍ଶନାର୍ଥୀ । ଅବଢ଼ା କିଣି ନେଇ ନେଇପାରିବେ ।

ସେହିଭଳି କୋଭିଡ୍‌ ମାର୍ଗଦର୍ଶିକା ମାସ୍କ ପରିଧାନ, ସମାଜିକ ଦୂରତା ରକ୍ଷା, ହାତ ଧୋଇବା ଆଦି ନିୟମ ଅନୁପାଳନ କରିବେ । ଦେଉଳ ଭିତରେ କୌଣସି ମୂର୍ତ୍ତିଙ୍କୁ ସ୍ପର୍ଶ କରି ପାରିବେ ନାହିଁ । ଦେଉଳ ଭିତରକୁ ଭୋଗ, ଫୁଲ, ତୁଳସୀ ଆଦି ନେଇ ପ୍ରବେଶ କରିବେ ନାହିଁ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ମନା କଟକଣା ଜାରି କରିଛି ପ୍ରଶାସନ । ବ୍ୟାରିକେଡ ଦର୍ଶନକୁ ଶ୍ରୀମନ୍ଦିର ଭିତରେ ଗୁରୁତ୍ୱ ଦିଆଯାଉଛି । ସିଂହଦ୍ୱାର ଦେଇ ଭକ୍ତମାନେ ଦର୍ଶନ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ ବୋଲି ପ୍ରଶାସନ ସୂଚନା ଜାରି କରିଛି ।

ସୂଚନା ମୁତାବିକ, ପୂର୍ବରୁ ପୁରୀ ସହରବାସୀଙ୍କ ୫ଦିନିଆ ଶ୍ରୀମନ୍ଦିର ଦର୍ଶନ ସୁଯୋଗ ଶେଷ ହୋଇଛି । ଶୁକ୍ରବାର ମୋଟ ୧୦,୪୨୭ ଭକ୍ତ ସ୍ୱତନ୍ତ୍ର ଦର୍ଶନର ସୁଯୋଗ ନେଇଛନ୍ତି । ୫ ଦିନରେ ପୌରାଞ୍ଚଳର ୩୨ଟି ୱାର୍ଡରୁ ମୋଟ ୫୧ ହଜାର ୩୩୪ ଜଣ ଭକ୍ତ ପ୍ରଭୁଙ୍କ ଦର୍ଶନ କରିଛନ୍ତି ।

Get real time updates directly on you device, subscribe now.