fbpx
BSKY SKY
BSKY SKY

ପୂର୍ବତନ ଫୁଟବଲ୍‌ ଷ୍ଟାର ହକିମଙ୍କ ପରଲୋକ

BSKY

ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲ ତାରକା ସୟଦ ଶହୀଦ ହକିମଙ୍କର ରବିବାର ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୬୦ ରୋମ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ କର୍ଣ୍ଣାଟକର ଗୁଲବାର୍ଗ ସ୍ଥିତ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଦେହାନ୍ତ ହୋଇ ଯାଇଛି ।

ସେ ହକିମ ସାବ ଭାବେ ବେଶ ପରିଚିତ ଥିଲେ । ଭାରତୀୟ ଫୁଟବଲ ସହିତ ସେ ପାଞ୍ଚ ଦଶନ୍ଧି ଧରି ସଂପୃକ୍ତ ଥିବା ବେଳେ କୋଚିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ମିଳିଥିଲା ସମ୍ମାନ ଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର । ୧୯୮୨ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଗେମ୍ସ ବେଳେ ପୂର୍ବତନ ଖେଳାଳି ପିକେ ବାନାର୍ଜୀ ଭାରତୀୟ ଦଳର ମୁଖ୍ୟ କୋଚ ଥିବା ବେଳେ ହକିମ ଥିଲେ ଆସିଷ୍ଟାଣ୍ଟ କୋଚ । ପରେ ସେ ଭାରତୀୟ ଦଳର ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୯୮ରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଡୁରାଣ୍ଡ କପ ଫାଇନାଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରି ଟାଇଟଲ ହାସଲ କରିବା ବେଳେ ସେ ବିଜୟୀ ଦଳର କୋଚ ଥିଲେ । ସେହିପରି ସାଲଗାଓଁକର ,ହିନ୍ଦୁସ୍ଥାନ ଏଫସି ଓ ମୁମ୍ବାଇ ଏଫସି ଦଳକୁ ତାଲିମ ଦେଇଛନ୍ତି ।

ସେହିପରି ଫିଫାର ଅନ୍ତର୍ଜାତୀୟ ରେଫରି ଭାବେ ୧୯୮୮ ଏଏଫସି ଏସିଆନ କପରେ ମ୍ୟାଚ ପରିଚାଳନା କରିଥିଲେ । ଭାରତୀୟ ବାୟୁସେନାରେ କର୍ମରତ ଥିବା ହକିମ ପରବର୍ତ୍ତୀ ସମୟରେ ସ୍ପୋର୍ଟ୍ସ ଅଥରିଟ ଅଫ ଇଣ୍ଡିଆର ଆଞ୍ଚଳିକ ଡାଇରେକ୍ଟର ଭାବେ କାର୍ଯ୍ୟ କରି୍‌ଥିଲେ ।

Get real time updates directly on you device, subscribe now.