27 ଜଣଙ୍କୁ ମିଳିବ ପ୍ରବାସୀ ଭାରତୀୟ ସମ୍ମାନ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କଲା ତାଲିକା
27 ଜଣ ଭାରତୀୟଙ୍କୁ ମିଳିବ ପ୍ରବସୀ ଭାରତୀୟ ସମ୍ମାନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ ।
ଭୁବନେଶ୍ବର: ବୈଦେଶିକ ମନ୍ତ୍ରାଳୟ ଜାରି କଲା ତାଲିକା । 27 ଜଣ ଭାରତୀୟଙ୍କୁ ମିଳିବ ପ୍ରବସୀ ଭାରତୀୟ ସମ୍ମାନ । ଆସନ୍ତା 10 ତାରିଖରେ ପ୍ରବାସୀ ଭାରତୀୟ ଦିବସ ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ ।
କେମିତି ବଛାହେଲେ ଏହି 27- ଦେଶ ବା ବିଦେଶରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଉପରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏ ବିଚାରମଣ୍ଡଳୀୟ କମିଟି ଗଢାଯାଇଥିଲା । ବୈଦେଶିକ ମନ୍ତ୍ରୀ ଏହି କମିଟିର ଉପାଧ୍ୟକ୍ଷ ଥିଲେ । ଏଥିରେ ମୋଟ 27 ଜଣଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ଚୁଡାନ୍ତ ହୋଇଛି । ବୈଦେଶିକ ମନ୍ତ୍ରଣାଳୟର ଓ୍ବେବସାଇଟରେ ଏହି ତାଲିକା ପ୍ରକାଶ କରାଯାଇଛି ।
ଶିକ୍ଷା, ଚିକିତ୍ସା ବିଜ୍ଞାନ, ସମାଜସେବା, ବାଣିଜ୍ୟ, ବିଜ୍ଞାନ ଆଦି କ୍ଷେତ୍ରରେ କୃତିତ୍ବ ପାଇଏଁ ଏହି ପୁରସ୍କାର ପ୍ରଦାନ କରାଯିବ । ବାଣିଜ୍ୟ ପାଇଁ ରବି କୁମାର ଏସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ସାମାଜିକ ସେବା ପାଇଁ ଡ. ଶର୍ମଲା ଫୋର୍ଡ ଏବଂ ମେଡିସିନ୍ ପାଇଁ ଡ. ଲାଖଲପାଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।