fbpx

ଚାଲି ଚାଲି ଫେରିଲେ ୨୮ ଦାଦନ ଶ୍ରମିକ, ଉଦ୍ଧାର କଲା ପ୍ରଶାସନ

Advertisement

ବାଲିମେଳା ୪/୪(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଓରକେଲ ପୋଲସ ଓ ସ୍ଥାନୀୟ ପ୍ରଶାସନ ୨୮ ଶ୍ରମିକ ଙ୍କୁ ଉଦ୍ଧାର କଲା । ମିଳିଥିବା ସୂଚନା ଅନୁଯାୟି ଗତ ୨ମାସ ତଳେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡ଼ଘାଟା ଗ୍ରାମର ୨୮ ଜଣ ଶ୍ରମିକ କାମ କରିବା ନିମନ୍ତେ ତେଲେଙ୍ଗାନାର ଖମାମ ଜିଲ୍ଲା କୁ ଯାଇଥିଲେ । ତେବେ ସାରା ଦେଶରେ ହଠାତ୍ ଲକ୍‌ଡାଉନ ହେବା ଫଳରେ ଯେଉଁ ଠିକାଦାର ନିକଟରେ କାମ କରୁଥିଲେ ସେ ଗତ ମାର୍ଚ୍ଚ ୨୮ ତାରିିଖ ଯାଏଁ ସେମାନଙ୍କୁ ଖାଇବା ପିଇବା ଦେଇ ରଖିଥିଲା । କିନ୍ତୁ ନିଜ ନିଜ ଘରୁ ବାରମ୍ବାର ଫୋନ ଆସିବାରୁ ସେମାନେ ବାଧ୍ୟହୋଇ ୩୦ ତାରିଖ ଅର୍ଥାତ୍ ରବିବାର ସେମାନେ ବାହାରି ଦୀର୍ଘ ୨୫୦ କିଲୋମଟର ଚାଲି ଚାଲି ଆଜି ଅପରାହ୍ନ ସମୟରେ କୋରେୁକାଣ୍ଡା ବ୍ଲକ ନିଲାକାମ୍ବେରୁ ପଞ୍ଚାୟତର ଟୁନିବେଡ଼ା ଜଙ୍ଗଲ ରୁ ଓହ୍ଲାଇ ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ସ୍ଥାନୀୟ ଲୋକେ ଓରକେଲ ପୋଲିସ କୁ ଖବର ଦେଇଥିଲେ । ଉକ୍ତ ଶ୍ରମିକ ମାନଙ୍କ କହିବାନୁଯାୟୀ ସେମାନେ ଜଙ୍ଗଲ ରାସ୍ତାଦେଇ ଦୀର୍ଘ ୬ ଦିନ ହେବ ଚାଲି ଚାଲି ଘରକୁ ଫେରୁଥିଲେ । ଖବର ପାଇ ଚିତ୍ରକୋଣ୍ଡା ଉପକଣ୍ଠ ଅଧିକାରୀ ସୁନାରାମ ହେମ୍ବ୍ରମ ଓ ଥାନାଧିକାରୀ ଜଗଦିଶ ବାରା ଏବଂ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ସମସ୍ତଙ୍କୁ ଉଦ୍ଧାର କରିବା ସହ ସମସ୍ତଙ୍କୁ ନେଇ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ନିର୍ବାହି ଅଧିକାରୀ କୃଷ୍ଣଚନ୍ଦ୍ର ରଥ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଉକ୍ତ ଶ୍ରମିକମାନଙ୍କୁ ଡ୍ରଗଲାଇନ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଶାସନ ତରଫରୁ ଖାଇବା ପିଇବା ର ବନ୍ଦୋବସ୍ତ କରାଯାଇ ରଖାଯାଇଛି ।

Get real time updates directly on you device, subscribe now.