fbpx

ମେ’ ୯ରୁ ରାଜଧାନୀ, ଶତାବ୍ଦୀ ଏକ୍ସପ୍ରେସ୍‌ ବନ୍ଦ

Advertisement

ନୂଆଦିଲ୍ଲୀ ୬ ।୫: ଦେଶରେ କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛନ୍ତି ସରକାର। ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ବୃଦ୍ଧି ଦୃଷ୍ଟିରୁ ବଡ ପଦକ୍ଷେପ ନେଇଛି ରେଳ ବିଭାଗ । ମେ’ ୯ତାରିଖରୁ ସ୍ପେଶାଲ  ଯଥା- ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଏକ୍ସପ୍ରେସ୍‌ ସମେତ ୨୮ ଟ୍ରେନକୁ ବନ୍ଦ କରିବାକୁ ଭାରତୀୟ ରେଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ଏହି ସବୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ।

ତେବେ ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାର ୩୭୩ ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ଏହା ସହ ୩ ହଜାର ୯୭୯ ଜଣ କରୋନାରେ ନିଜର ଜୀବନ ହରାଇଛନ୍ତି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୨,୩୦,୦୧୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.