fbpx

ଜୈବ ବିବିଧତା ପାଇଁ ଭାରତରେ ବିଲୁପ୍ତ ହୋଇଯିବ ୨୯ ପ୍ରଜାତି; ରେଡ୍ ତାଲିକା ପ୍ରସ୍ତୁତ କଲା ଆଇୟୁସିଏନ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତା ନଷ୍ଟ ହେତୁ ଭାରତରେ ୨୯ ଟି ପ୍ରଜାତି ବିଲୁପ୍ତ ହେବା ଆଶଙ୍କାରେ ରହିଛି । ବୈଜ୍ଞାନିକମାନଙ୍କ ମଧ୍ୟରେ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ସମୟ ଥାଉ ଥାଉ ଯଦି ଏହି ବିପଦ ବନ୍ଦ କରା ନଯାଏ, ତେବେ ଅନେକ ପ୍ରଜାତି ଇତିହାସର ଅଂଶ ହୋଇଯିବେ । ଇଣ୍ଟରନ୍ୟାସନାଲ ୟୁନିଅନ୍ ଫର କନଭର୍ଭେସନ୍ ଅଫ୍ ନେଚର (ଆଇୟୁସିଏନ) ଏମାନଙ୍କୁ ରେଡ୍ ତାଲିକାରେ ଅନ୍ତର୍ଭୁକ୍ତ କରିଛି ।

ବିପଦ ତାଲିକାରେ ଭାରତରେ ମିଳୁଥିବା ଧଳା ଗାଲର ଡ୍ୟାନ୍ସିଙ୍ଗ ଫ୍ରଗ, ଆଣ୍ଡାମାନ ସ୍ମୁଥହାଉଣ୍ଡ ସାର୍କ ଏବଂ ହଳଦିଆ ହିମାଳୟ ଫ୍ରିଟିଲାରୀ ଏଭଳିି ୨୯ ଟି ଜାତି ରହିଛି ଯାହା ବିପଦରେ ରହିଛି ଏବଂ ଏହା ବିଲୁପ୍ତ ହେବା ଉପରେ ଅଛନ୍ତି । ଆଇୟୁସିଏନ ରେଡ୍ ତାଲିକାର ସର୍ବଶେଷ ତଥ୍ୟ ଅନୁଯାୟୀ, କାନାଡାରେ ସିଓପି ୧୫ ଜୈବ ବିବିଧତା ସମ୍ମିଳନୀ ସମୟରେ ଏହି ତାଲିକା ପ୍ରକାଶ ପାଇଛି । ତାଲିକାର ଏହି ସର୍ବଶେଷ ଆକଳନଗୁଡିକ ଚେତାବନୀ ଦେଇଛି ଯେ ବେଆଇନ ତଥା ସ୍ଥାୟୀ ମତ୍ସ୍ୟଜୀବୀ, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ରୋଗ ସମେତ ବିଭିନ୍ନ ବିପଦ ଦ୍ୱାରା ଆଣ୍ଡାମାନ ସ୍ମୁଥହାଉଣ୍ଡ ସାର୍କ ଭଳି ସାମୁଦ୍ରିକ ପ୍ରଜାତି ନଷ୍ଟ ହୋଇଯାଉଛି । ଶୁକ୍ରବାର ଦିନ ଆଇୟୁସିଏନ ଦ୍ୱାରା ପ୍ରକାଶିତ ହୋଇଥିବା ରେଡ୍ ତାଲିକାରେ ବିଶ୍ୱର ଜୈବ ବିବିଧତା ସ୍ଥିତି ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ଦିଆଯାଇଛି । ଏହା ପ୍ରଜାତିର ବିଲୁପ୍ତ ହେଉଥିବା ବିପଦ ସ୍ଥିତି ବିଷୟରେ ସୂଚନା ଦେଇଥାଏ ।

Get real time updates directly on you device, subscribe now.