CHARIDHAM

କଳାହାଣ୍ଡିର ଜୁନାଗଡ଼ ସହର ୨ ଦିନ ପାଇଁ ସଟ୍‌ଡାଉନ

କଳାହାଣ୍ଡି, ୧୨/୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏନେଇ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ଆଜି ଓ କାଲି କଳାହାଣ୍ଡିର ଜୁନାଗଡ଼ ସହର ୨ ଦିନ ପାଇଁ ସଟ୍‌ଡାଉନ ରଖିବା ପାଇଁ ଘୋଷଣା କରାଯାଇଛି। ଏହାସହ ଗାଡି ଚଳାଚଳ, ଦୋକାନ ବଜାର ଓ ସବୁ ଅଫିସ ବନ୍ଦ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଲୋକମାନେ କିପରି ଅସୁବିଧାର ସମ୍ମୁଖିନ ନହେବେ ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବା ବ୍ୟବସ୍ଥା ପ୍ରଶାସନ କରିବ। ସଟଡ଼ାଉନ ସମୟରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବ ୪୩ଟି ସ୍ବତନ୍ତ୍ର ଟିମ୍‌।