fbpx

ରାଜ୍ୟରେ ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୨ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ଏହି ଦୁଇ ନୂଆ ଆକ୍ରାନ୍ତ ବାଲେଶ୍ୱରର ବୋଲି ଜଣାପଡ଼ିଛି । ଦୁଇ ଜଣଙ୍କ ମଧ୍ୟରେ ଜଣେ ୫୫ବର୍ଷିୟ ମହିଳା ଥିବା ବେଳେ ଜଣେ ୩୬ବର୍ଷିୟ ପୁରୁଷ ରହିଛନ୍ତି । ବାଲେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହାସହ ଓଡ଼ିଶାରେ ୮୯ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୫୫ଜଣ ରାଜ୍ୟରେ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.