fbpx
BJD
BJD SKY
BJD SKY

ହାତୀ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ: ୩ ଗିରଫ, ୨ ସସପେଣ୍ଡ

ଅନୁଗୁଳ: ରାଜ୍ୟରେ ହାତୀ ମୃତ୍ୟୁ ମାମଲା ବଢିବା ସହ ଅନେକ ହାତୀଙ୍କୁ ହତ୍ୟା କରାଯାଉଥିବା ଜଣାଯାଉଛି । ତେବେ ଶିକାରୀମାନଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡିଛି ବନବିଭାଗ । ଆଜି ୩ ଜଣ ହାତୀ ଶିକାରୀଙ୍କୁ ଗିରଫ କରାଯିବା ସହ ୨ ଜଣ ସସପେଣ୍ଡ ହୋଇଥିବା ସୂଚନା ମିଳିଛି । ଅଭୟାରଣ୍ୟରୁ ହାତୀ କଙ୍କାଳ ମିଳିବା ଅଭିଯୋଗରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟରୁ ଦନ୍ତା ହାତୀ କଙ୍କାଳ ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ । ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯିବା ସହ ୨ ଜଣ ଅପିସରଙ୍କୁ ସସପେଣ୍ଡ କରାଯାଇଛି । ଫରେଷ୍ଟର ଅନୁପମା ସାହୁ ଏବଂ ସହଦେବ ସୋରେନ ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି । ଏହା ସହିତ ଜିଲିଣ୍ଡା ରେଞ୍ଜ ଅଫିସରଙ୍କ ବିରୋଧରେ ମଧ୍ୟ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି ।

ଦୁଇ ଅଧିକାରୀଙ୍କୁ ନିଲମ୍ବନ କରାଯିବା ପରେ ଘଟଣାରେ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ଏ ନେଇ ଡିଏଫଓ ସୂଚନା ଦେଇଛନ୍ତି । କିଛି ଦିନ ତଳ ଜିଲିଣ୍ଡା ରେଞ୍ଜରେ ଗୋଟିଏ ଦନ୍ତା ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା । ହାତୀକୁ ଶିକାର କରି ଦାନ୍ତ ନେଇଯିବା ପରେ ଏହାକୁ ପୋତି ଦିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.