fbpx

ଗଞ୍ଜେଇରୁ ଉତ୍ପାଦନ ହେଲା ବିଜୁଳି, ଜାଣନ୍ତୁ ଏହି ନୂଆ ପ୍ରକ୍ରିୟା

ବିଳାସପୁର: ଅନେକ ସମୟରେ ଅବକାରୀ ବିଭାଗ ତଥା ପୋଲିସ୍ ଦ୍ୱାରା ଗଞ୍ଜେଇ ଏବଂ ବିଭିନ୍ନ ନିଶା ଦ୍ରବ୍ୟ ଜବତ ହୋଇଥାଏ, ଏହାସହ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଏ । ତେବେ ଏହି ଜବତ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଇଥାଏ, କିନ୍ତୁ କେବେ ଜବତ ହୋଇଥିବା ଗଞ୍ଜେଇରୁ ବିଜୁଳି ଉତ୍ପାଦନ କରିବା କଥା ଶୁଣିଛନ୍ତି କି? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଳାସପୁରରେ ।

ଛତିଶଗଡ଼ ବିଳାସପୁର ପାୱାର ପ୍ଲାଣ୍ଟରେ ଗଞ୍ଜେଇ ଜଳାଇ ବିଜୁଳି ଉତ୍ପାଦନ କରାଯାଇଛି । ଏହି ପାୱାର ପ୍ଲାଣ୍ଟ୍ ରେ ପ୍ରାୟ ୧୨ ଟନ୍ ଗଞ୍ଜେଇ ଜଳାଯାଇଛି । ଏବଂ ଏଥିରୁ ୫ ମେଗାୱାଟ୍ ବିଜୁଳି ଉତ୍ପାଦନ ହୋଇଛି । ଏହି ଗଞ୍ଜେଇକୁ ବିଳାସପୁର ରେଞ୍ଜରୁ ଜବତ କରାଯାଇଥିଲା । ଛତିଶଗଡ଼ରେ ପ୍ରଥମ ଥର ଏଭଳି ଉପାୟରେ ବିଜୁଳି ଉତ୍ପାଦନ କରାଯାଇଛି । ପ୍ରାୟ ୧ ଘଣ୍ଟା ଧରି ୧୨ ଟନ୍ ବିଜୁଳି ଜଳାଯାଇଥିଲା ।

ପ୍ରକୃତରେ ପୂରା ଦେଶରେ ୧୨ ଜୁନ୍ ରୁ ୨୬ ଜୁନ୍ ପର୍ଯ୍ୟନ୍ତ ନିଶାରୁ ମୁକ୍ତି ଅଭିଯାନ ଚଳାଯାଉଛି । ଯେଉଁଥିରେ ମାଦକ ପଦାର୍ଥ ପ୍ରତି ସଚେତନତା ସହ ଜବତ ହୋଇଥିବା ନିଶା ପଦାର୍ଥକୁ ନଷ୍ଟ କରାଯାଉଛି । ଏହିକ୍ରମରେ ବିଳାସପୁର ରେଞ୍ଜର ୬ ଜିଲ୍ଲାରୁ ୫୫୩ ରେଡରୁ ପ୍ରାୟ ୧୨ ଟନ୍ ଗଞ୍ଜେଇ ଜବତ କରାଯାଇଥିଲା । ଏଥିରେ ଗଞ୍ଜେଇକୁ ବିଦ୍ୟୁତ ଉତ୍ପାଦନ କରି ନଷ୍ଟ କରାଯାଇଛି ।

 

Get real time updates directly on you device, subscribe now.