fbpx

ଭାରତ ଦିନିକିଆ ଦଳକୁ ନେଇ ୩ ବଡ ଅପଡେଟ, ଶ୍ରୀଲଙ୍କାଗସ୍ତରେ ଖେଳି ପାରନ୍ତି ରିୟାନ-ପନ୍ତ

ଓଡିଶା ଭାସ୍କର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷକତ୍ୱରେ ଭାରତ ମଧ୍ୟ ବେଶ୍ ସଶକ୍ତ ଓ ସମୃଦ୍ଧ ମଧ୍ୟ ଲାଗୁଛି । ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ( ବିସିସିଆଇ ) ଶୀଘ୍ର ହିଁ ଶ୍ରୀଲଙ୍କାଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିବ । ଭାରତୀୟ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରେ ବଡ ପରିବର୍ତ୍ତନ ହେବାର ମଧ୍ୟ ଅନୁମାନ କରାଯାଉଛି । ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଟ୍ୱେଣ୍ଟି ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ଫଳରେ ଯୁବବାହିନୀ ହିଁ ଶ୍ରୀଲଙ୍କାରେ ନିଜର ଯାଦୁ ଦେଖାଇବେ ବ୍ୟାଟ ଓ ବଲରେ । ସେମାନଙ୍କ ଉପରେ ହିଁ ସବୁ ନିର୍ଭର କରିବ । ତେବେ ଦିନିକିଆ ଦଳରେ ରୋହିତ ଶର୍ମା ଓ ରନ ମେସିନ କିଙ୍କ କୋହଲି ଖେଳିବା ନିଶ୍ଚିତ ।

ଉଭୟ ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରେ ୱିକେଟରକ୍ଷକ ଋଷଭପନ୍ତ ଓ ରିୟାନ ପରାଗ ଖେଳିବା ନେଇ ଏବେ ଚର୍ଚ୍ଚା ଚାଲିଛି । ତାହାସହ ଟିମ୍ ଇଣ୍ଡିଆରେ ୩ ଟି ବଡ ପରିବର୍ତ୍ତନ ହେବାର ସମ୍ଭାବନା ବି ବେଶ୍ ଅଧିକ । ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାର ସମ୍ଭାବନା ବି ଅଧିକ ରହିଛି । ସେପଟେ ଦିନିକିଆରେ ହିଟମ୍ୟାନ ରୋହିତ ଶର୍ମା ହିଁ ଅଧିନାୟକ ରହିବେ । ବିରାଟ ଓ ରୋହିତ ଏବେଠୁ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ତେବେ ଦ୍ରୁତ ବୋଲର ତଥା ଭାରତର ବ୍ରହ୍ମାସ୍ତ୍ର ବୁମ ବୁମ୍ ବୁମରାଙ୍କୁ ବିଶ୍ରାମ ଦେବା ପ୍ରାୟ ଥୟ । ତାଙ୍କୁ ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ସଜେଇ କି ରଖିଛି । ଫଳରେ ସେ ଏହି ସିରିଜ ଖେଳିବେ ନାହିଁ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.