fbpx

ସଡକ ଦୁର୍ଘଟଣାର ଶିକାର ହେଲେ ଇନ୍ସପେକ୍ଟର! ଦୁର୍ଘଟଣାସ୍ଥଳରୁ ମିଳିଲା ୩ ଷ୍ଟାର ୟୁନିଫର୍ମ

ସୋନପୁର : ବଲାଙ୍ଗୀର ଏବଂ ସୋନପୁର ଜାତୀୟ ରାଜପଥରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ସମୟରେ ଅଟୋ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣାଗ୍ରସ୍ତ ଏହି କାର ଭିତରୁ ଜଣେ ୩ ଷ୍ଟାର ଇନିସ୍ପେକରଙ୍କ ଡ୍ରେସ ମିଳିଛି । ତେବେ ଏହି ଇନ୍ସପେକ୍ଟରଙ୍କ ସମେତ ଆଉ କେତେଜଣ ଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ରାସ୍ତାରେ ଛିଡା ହୋଇଥିବା ସମୟରେ ହଠାତ ଅଟୋ ଓ ବାଇକକୁ ଧକ୍କା ଦେଇଥିଲା କାର୍ । ଏହି ଦୁର୍ଘଟଣାରେ ଅଟୋରେ ଥିବା ୮ ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.