fbpx
BSKY SKY
BSKY SKY

ମଦ୍ୟପ ବରଯାତ୍ରୀଙ୍କ ଆତଙ୍କ : କାମୁଡି ଛିଣ୍ଡାଇ ଦେଲେ କନ୍ୟାଘର ଯୁବକଙ୍କ କାନ, ୩ ଜଣ ଅଟକ

BSKY

ନିମାପଡ଼ା, (ଭାସ୍କର ନ୍ୟୁଜ୍‌): ନିମାପଡା ଶଗଡା ପଞ୍ଚାୟତକୁ ଆସିଥିବା ବରଯାତ୍ରୀଦଳ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହ କାନ କାମୁଡି ଛିଣ୍ଡାଇଦେଇଥିବା ଘଟଣାରେ ସଂପୃକ୍ତ ଯୁବକ ଗୁରୁତର ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍‌ ସଂଗୀନ ଦଫାରେ ମାମଲା ରୁଜୁ କରିଥିବା ବେଳେ ଘଟଣାରେ ସଂପୃକ୍ତ ତିନିଜଣଙ୍କୁ ପୋଲିସ୍‌ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ମିଳିଥିବା ସୂଚାନ ଅନୁଯାୟୀ କଟକ ଜିଲ୍ଲା ନିଆଳୀ ଥାନା ଅଅଁଳ ଗ୍ରାମର ଜଣେ ବର ନିମାପଡା ଥାନା କନପୁର ଗ୍ରାମକୁ ବିଭା ହେବାକୁ ଆସିଥିଲେ । ବରସଙ୍ଗେ ଆସିଥିବା ବରଯାତ୍ରୀ ମଦ୍ୟପାନ କରି ସୀମା ବାହାରକୁ ଯାଇଥିବା ବେଳେ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ବରଯାତ୍ରୀମାନେ ଖାଉଥିବା ବେଳେ ବରଯାତ୍ରୀ ଆସିଥିବା ଅଅଁଳ ଗ୍ରାମର ତ୍ରୀଲୋଚନ ସାମ. ସୌମ୍ୟରଂଜନ ସାମଳ, ମନୋଜ କୁମାର ସ୍ୱାଇଁ ଖାଇବା ପାଇଁ ବସିଥିବା ବେଳେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ କନପୁର ଗ୍ରାମର ଶୁଭନ୍ଦେ ପ୍ରଧାନ ପ୍ରତିବାଦ କରିଥିଲେ । ସଂପୃକ୍ତ ବରଯାତ୍ରୀ ଶୁଭେନ୍ଦୁଙ୍କୁ ମାଡ ମାରିଥିବା ବେଳେ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଇଥିଲେ । ଗୁରୁତରଙ୍କୁ ଗ୍ରାମବାସୀମାନେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କ୍ୟପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରତି କରାଯାଇଛି ା ଖବର ପାଇ ନିମାପଡା ଥାନା ପୋଲିସ୍‌ ଗ୍ରାମରେ ପହଞ୍ଚି ତିନିଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି । କେତେକ ବ୍ୟକ୍ତି ଏହି ଘଟଣାକୁ ରଫାନାମା କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ନିମାପଡା ବଜାରରେ ପ୍ରତ୍ୟେକ ଦିନ ବିବାହ ରୋଷଣୀ ଚାଲିଥିବା ବେଳେ ମଦ୍ୟପ ବରଯାତ୍ରୀଙ୍କ ଆତଙ୍କରେ ଜନସାଧାରଣ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡିଛି । ଡିଜେ ସାଙ୍ଗକୁ ମନୁଷ୍ୟ କ୍ଷତିକାରକ ବାଣ ଆତଙ୍କ ସୃଷ୍ଟି କରିଚାଲିଛି । ଏପରି ଘଟଣା ଘଟିଚାଲିଥିଲେ ମଧ୍ୟ ପ୍ରଶାସନ କେଉଁ କାରଣରୁ ନୀରବ ସାଜିଛି, ତାହା ଏବେ ଚିନ୍ତା ପ୍ରକଟ କରିଛି ।

Get real time updates directly on you device, subscribe now.