fbpx

ଭିଜିଲାନ୍ସ ଫାଶରେ ଆଉ ଜଣେ ସହକାରୀ ଯନ୍ତ୍ରୀ: ୭ଟି ସ୍ଥାନରେ ରେଡ ଜାରି ରଖିଛି ଡିପାର୍ଟମେଣ୍ଟ

ଭୁବନେଶ୍ୱର: ଠକ ଏବଂ ଠକେଇ ଉପରେ ଭିଜିଲାନ୍ସ ରଖିଛି କଡା ନଜର । ଜଣକ ପରେ ଜଣେ ଅଭଯୁକ୍ତଙ୍କୁ ଟାର୍ଗେଟ କରି କରୁଛି ରେଡ, ଆଉ କଳାଚିଠାର କରୁଛି ପର୍ଦ୍ଦାଫାଶ । ସେହିପରି ଆଉ ଜଣେ ସହକାରୀ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସର ନଜର ପଡିଛି । ବାବୁଙ୍କ ଘର ସମେତ ମୋଟ ୭ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ ।

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଅଭିଯୋଗରେ ଫସି ଯାଇଛନ୍ତି ନିମାପଡାର ସହକାରୀ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ ପଡି ଏବେ ଗୋଟି ଗୋଟି ଟଙ୍କାର ହିସାବ ଦେବେ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ । ନିମାପଡା ଏବଂ ଭୁବନେଶ୍ୱର ସମେତ ଢେଙ୍କାନାଳର କିଛି ସ୍ଥାନରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ନିମାପଡାର କାର୍ଯ୍ୟାଳୟରେ ଚଢାଉ କରାଯାଇଥିବା ବେଳେ ଭୁବନେଶ୍ୱରର ଦୁଇଟି ଘର, ଢେଙ୍କାନାଳର ଦୁଇଟି ଘରେ ରେଡ ଜାରି ରହିଛି । ଏଥି ସହିତ ଢେଙ୍କାନାଳର ଅର୍ଦ୍ଧନିର୍ମିତ ଘରେ ମଧ୍ୟ ଭିଜିଲାନ୍ସର ଚଢାଉ ଜାରି ରହିଛି ।

ତେବେ ଭିଜିଲାନ୍ସର ଏହି ରେଡରେ ସାମିଲ ରହିଛନ୍ତି ମୋଟ ୫ ଜଣ ଡିଏସପିଙ୍କ ସମେତ ୧୨ ଜଣ ଇନ୍ସପେକ୍ଟର । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତଙ୍କ ଘର ଏବଂ କାର୍ଯ୍ୟାଳୟକୁ ମିଶାଇ ମୋଟ ୭ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ କରାଯାଇଛି, ସେ ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.