fbpx

ପୁଣି ଯୌତୁକ ଜୁଇରେ ଜଳିଲା ନବବଧୂ, ପରିବାରଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଅଟକ ରଖିଲା ପୋଲିସ

ତିହିଡ଼ି, (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧିନ ରାଜନଗର ପଞ୍ଚାୟତ ବାହାରପାଳ ଗ୍ରାମର ସୁପ୍ରିୟା ପାଢ଼ୀ ନାମ୍ନୀ ଜଣେ ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୋଲିସ ଅଭିଯୋଗ ପାଇବା ପରେ କେଶ ନଂ୧୦୮/୨୨ ଦଫା ୪୯୮(ଏ), ୩୦୨, ୩୦୪ (ବି) ଏବଂ ୩୪ ଆଇପିସ ବଳରେ ଏକ ମାମଲା ରୁଜୁ କରି ସ୍ୱାମୀ ପ୍ରତାପ ପାଢ଼ୀକୁ ଅଟକ ତଦନ୍ତ ଚଳାଇଛି। ସୁପ୍ରିୟାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ତିହିଡ଼ି ଥାନା ଅଧୀନ ଶଙ୍ଖିଡ଼ା ଗ୍ରାମର ବୁଦ୍ଧିରାମ ପାଢ଼ୀଙ୍କ ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ଝିଅ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଜାନି ଯୌତୁକ ଦିଆଯାଇଥିଲା। ବିବାହ ପରଠାରୁ ସୁପ୍ରିୟାଙ୍କୁ ଶ୍ୱଶୁର ଘର ଲୋକ ମିଳିମିଶି ହଇରାଣ ହରକତ କରିବା ସଙ୍ଗେ ସଙ୍ଗେ ମାଡ଼ ମାରୁଥିଲେ । ଖବର ପାଇବା ପରେ ସୁପ୍ରିୟାଙ୍କ ବାପା ବୁଦ୍ଧିରାମ ଝିଅ ଘରକୁ ଯାଇ ବୁଝାସୁଝା କରିଆସିଥିଲେ । ତାଙ୍କ ଝିଅ ବ୍ୟବହାରକରୁଥିବା ମୋବାଇଲକୁ ୨ମାସ ତଳେ ଶ୍ୱଶୁରଘର ଲୋକ ପିଟି ଭାଙ୍ଗି ଦେଇଥିଲେ । ସୁପ୍ରିୟା ବିଭିନ୍ନ ସମୟରେ ଶ୍ୱଶୁର ଘର ଲେକେ ତାଙ୍କୁ ମାଡ଼ ମାରୁଥିବା ନେଇ ଫୋନ କରୁଥିଲେ । ସୋମବାର ଶ୍ୱଶୁର ଘର ପକ୍ଷରୁ ସୁପ୍ରିୟା ଘରେ କବାଟ କିଳିଦେଇ ରହିଥିବା ଫୋନକରି ଜଣାଇଥିଲେ । ପରେ କବାଟ ଭାଙ୍ଗି ଦେଖିବା ପରେ ସୁପ୍ରିୟାର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଶ୍ୱଶୁର ଘର ଲୋକ ସୁପ୍ରିୟାକୁ ମିଳିମିଶି ମାରି ଫ୍ୟାନରେ ଟାଙ୍ଗି ଦେଇଥିବା ବୁଦ୍ଧିରା ପୀରହାଟ ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.