fbpx

ବ୍ରିଟେନକୁ ନୂଆ ପ୍ରଧାନମନ୍ତ୍ରୀ: ସେପ୍ଟେମ୍ବର ୫ରେ ଘୋଷଣା ହେବ ଦେଶର ନୂଆ ମୁଖିଆଙ୍କ ନାଁ

ନୂଆଦିଲ୍ଲୀ: ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ । ପୂବ୍ରତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପଦରୁ ଇସ୍ତଫା ଦେବା ପରେ ନୂଆ ପ୍ରଧନମନ୍ତ୍ରୀଙ୍କୁ ନେଇ ସୂଚନା ଜାରି କରିଛି ପ୍ରଶାସନ । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଦେଶର ନ୍ରୂା ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ତେବେ କିଏ ବ୍ରିଟେନର ନୂଆ ମୁଖିଆ ହେବେ ସେ ନେଇ ଆରମ୍ଭ ହୋଇଛି ଆଲାଚନା ।

ସେପ୍ଟମ୍ବର ୫ ତାରିଖରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା ହେବା ନେଇ ଖବର ପ୍ରକାଶ ପାଇଛି । ଏ ନେଇ କନଜରଭେଟିଭ ପାର୍ଟ ତରଫରୁ ସୂଚନା ଜାରି କରାଯାଇଛି । ଗତ ଜୁଲାଇ ୭ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜ ପଦରୁ ଇସ୍ତଫା ଦେବା ପରେ ଦେଶ ପାଇଁ ନୂଆ ମୁଖିଆ ଖୋଜୁଛି ବ୍ରିଟେନ । ତେବେ ଏହି ପ୍ରଧାନମନ୍ତ୍ରୀ ଦୌଡ ତାଲିକାରେ ୧୧ ରୁ ଅଧିକ ଜଣ ମନ୍ତ୍ରୀ ରହିଛନ୍ତି । ଏହି ରେସର ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ରୁଷି ସୁନକ । ବୋରିସଙ୍କ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ମିଳିବା ନେଇ ଅନେକ ଚର୍ଚ୍ଚା ଲାଗି ରହିଛି ।

Get real time updates directly on you device, subscribe now.