fbpx

ଟି-୨୦ ଫର୍ମାଟରେ ରୋହିତଙ୍କ ନିଆର ରେକର୍ଡ, ପ୍ରଥମ ଭାରତୀୟ ବ୍ୟାଟର ଭାବେ ମାରିଲେ ୩୦୦ ଚୌକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ରୋହିତ ଶର୍ମା ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟି-୨୦ ଫର୍ମାଟରେ ୩୦୦ ଚୌକା ମାରି ଏକ ନିଆରା ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଶନିବାର ଇଂଲଣ୍ଡର ବର୍ମିଂହାମ ସ୍ଥିତ୍‌ ଏଜବାଷ୍ଟନରେ ଅନୁଷ୍ଠିତ ଚଳିତ ଇଂଲଣ୍ଡ ବିକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଅବସରରେ ରୋହିତ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ରୋହିତ ଏହି ମ୍ୟାଚରେ ୩ ଚୌକା ଓ ୨ ଛକା ସହାୟତାରେ ୨୦ ବଲରୁ ୩୧ ରନ କରିଥିଲେ । ବର୍ତ୍ତମାନ ତାଙ୍କର ଚୌକା ସଂଖ୍ୟା ୩୦୧ରେ ପହଞ୍ଚିଛି । ତେବେ ଓଭର ଅଲ ଲିଷ୍ଟରେ ରୋହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । କାରଣ ଆୟର୍ଲାଣ୍ଡର ପଲ ଷ୍ଟାୟାରଲିଙ୍ଗ ଟି-୨୦ ଫର୍ମ।।ଟରେ ସର୍ବାଧିକ ୩୨୫ ଚୌକା ମାରି ପ୍ରଥମ ସ୍ଥାନରେ ଅଛନ୍ତି । ତେବେ ଦ୍ୱିତୀୟ ଭାରତୀୟ ଭାବେ ପୁର୍ବତନ ଅଧିନାୟକ ବିରାଟ କୋହଲି ଏହି ଫର୍ମାଟରେ ମାରିଛନ୍ତି ୨୯୮ ଚୌକା ।

Get real time updates directly on you device, subscribe now.