fbpx

ଘରେ ଏକୁଟିଆ ଥିବା ବେଳେ ଶରୀରରେ ଲାଗିଗଲା ନିଆଁ, ମାନସିକ ଅନଗ୍ରସର ଯୁବତୀ ହୋଇଗଲେ ଜୀବନ୍ତ ଦଗ୍ଧ

କଟକ (ଭାସ୍କର ନ୍ୟୁଜ୍‌): ସୋମବାର ରାତିରେ କଟକ ସହର ଖଟ୍‌ବିନ୍‌ ସାହି ଖ୍ରୀଷ୍ଟିଆନ୍‌ ସାହିରେ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବାପ-ମା’ ପଦାକୁ ଯାଇଥିବାବେଳେ ହଠାତ୍‌ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଘରେ ଏକୁଟିଆ ରହିଥିବା ତାଙ୍କର ମାନସିକ ଅନଗ୍ରସର ଝିଅ ଏହାକୁ ଲିଭାଇବାରେ ସମର୍ଥ ହୋଇପାରିନଥିଲା । ଫଳରେ ଅଗ୍ନିକାଣ୍ଡରେ ସେ ଜୀବନ୍ତ ଦଗ୍ଧ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶରୀରର ୮୦ରୁ ୯୦ ପ୍ରତିଶତ ଅଂଶ ଜଳି ଯିବାରୁ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରଲୋକ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.