fbpx

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା ! ଚାଲିଛି ଆଲୋଚନା

ମୁମ୍ୱାଇ : ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ବୋଲି ଶିବସେନାର ଦଳୀୟ ବୈଠକରୁ ଏନେଇ ସଙ୍କେତ ମିଳିଛି । ଶିବସେନାର ସାଂସଦ ଗଜାନନ କୀର୍ତ୍ତିକାର କହିଛନ୍ତି ବୈଠକରେ ସାଂସଦମାନେ ଏ ବିଷୟରେ ଦାବି କରିଛନ୍ତି । ଦିନେ ଦୁଇଦିନ ଭିତରେ ଏ ବିଷୟରେ ନିଷ୍ପତ୍ତି ନେଇ ତାଙ୍କୁ ଜଣାଇବା ପାଇଁ ଉଦ୍ଧବ ଠାକରେ ସାଂସଦମାନଙ୍କୁ କହିଛନ୍ତି ବୋଲି ଗଜାନନ କହିଛନ୍ତି ।

ସେ ଆହୁରି କହିଛନ୍ତି ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହୋଇ ପାରନ୍ତି କିନ୍ତୁ ସେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ଓ ଜଣେ ମହିଳା । ସେଥିପାଇଁ ଶିବସେନା ସାଂସଦମାନଙ୍କର ମତହେଉଛି ସେମାନେ ମୁର୍ମୁଙ୍କୁ ସମର୍ଥନ କରିବା ଦରକାର ।

Get real time updates directly on you device, subscribe now.