fbpx

ଅଜଣା ଗାଡି ଧକ୍କାରେ ୩ ମୃତ, ପୋଲିସର ଛାନଭିନ୍

କେନ୍ଦ୍ରାପଡା: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କିଛି ଲୋକ ଗୁରୁତର ଆହତ ହେଉଛନ୍ତି । ଏହି ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଦୁର୍ଘଟଣା ରୋକିବାର ନାଁ ନେଉନାହିଁ । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଘଟୁଥିବା ବେଳେ ବର୍ତ୍ତମାନ ପୁଣି ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା, ଚାନ୍ଦବାଲି ରାସ୍ତା ଜାମଧର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଟଣା ହୋଇଛି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜମାପଡିଛି । ତେବେ ଏକ ଅଟୋକୁ ଜଣେ ଅଜଣା ଗାଡି ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଅଟୋ ଚାଳକ ସମେତ ଅନ୍ୟ ୨ ଜମଙ୍କର ମୃତ୍ୟୁ ହୋଇଛି । ତେବେ ଅଟୋଟି କଟକରୁ ଚାନ୍ଦବାଲି ଆସୁଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି ।

ତେବେ ବର୍ତ୍ତମାନ ମୃତକ ୩ ଜଣଙ୍କ ପରିଚୟ ପର୍ଯ୍ୟନ୍ତ ମିଲିପାରି ନାହିଁ । ଅନ୍ୟପକ୍ଷେ ଏହି ଘଟଣାର ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.