fbpx

ବଜ୍ରଘାତ ନେଲା ୩ ଜୀବନ

କେନ୍ଦୁଝର, ୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ବର୍ଷା ଲାଗି ରହିଥିଲା । ଏବେ କିଛି ଦିନ ହେବ ପାଗ ଶୁଖିଲା ଥିବା ବେଳେ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି । ଏହାସହ ଆଜିଠାରୁ ଆସନ୍ତା ୫ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ସେଠାରେ ପୃଥକ ପୃଥକ ୨ଟି ସ୍ଥାନରେ ବଜ୍ରପାତ ହେବା ଯୋଗୁଁ ୩ଜଣଙ୍କ ମୃତ୍ୟୁ ହୋଇଛି । ନନ୍ଦପ୍ରଦା ଥାନା ବାହାରିପୁର ଗ୍ରାମର ବଲ୍ଳଭ ବେହେରା, ଇଞ୍ଚୋଳ ଗ୍ରାମର ଗଣେଷ ଜେନା , ରାମଚନ୍ଦ୍ରପୁର ଥାନା ସାପୁଆ ସାହିର ପୂର୍ଣ୍ଣ ମୁଣ୍ଡା ବଜ୍ରଘାତରେ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.