fbpx

୩ ଜଣ IAS ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଜଣ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ରାଜ୍ୟ ସରକାର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ପାନୀୟ ଜଳ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଡାଇରେକ୍ଟର ତଥା ଅତିରିକ୍ତ ସଚିବ ବିନୀତ ଭରଦ୍ୱାଜଙ୍କୁ ଓଡ଼ିଶା ଜୀବିକା ଭୁବନେଶ୍ୱର, ଭୁବନେଶ୍ୱରର ରାଜ୍ୟ ମିଶନ ଡାଇରେକ୍ଟର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ଓମଫେଡର ପରିଚାଳନା ନିର୍ଦ୍ଦେଶକ (ଏମଡି) ବିଜୟ ଅମୃତା କୁଲାଙ୍ଗେଙ୍କୁ ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟୱାରୀ ‘ମୋ ସ୍କୁଲ’ର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୨୨ରେ ରାଜ୍ୟ ସରକାର ୧୭ ଜଣ ଜିଲ୍ଲାପାଳଙ୍କ ସମେତ ୩୭ ଜଣ ଆଇଏଏସ ଓ ଏପ୍ରିଲ ୫ରେ ୪ ଜଣ ଆଇଏଏସ ଅଧିକାରୀଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରିଥିଲେ ।

Get real time updates directly on you device, subscribe now.