fbpx
BJD
BJD SKY
BJD SKY

ବସକୁ ଉଡାଇ ଦେଲେ ମାଓବାଦୀ, ୩ ଯବାନ ସହିଦ

BJD

ମାଲକାନଗିରି,୨୩ ।୩(ଓଡିଶା ଭାସ୍କର): ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ୩ ଯବାନ ସହିଦ୍ । ଆଜି ମାଲକାନଗିରି ସୀମା ତଥା ଛତିଶଗଡର ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବଡ ଧରଣର ବିସ୍ଫୋରଣ କରିଛନ୍ତି ମାଓବାଦୀ । ଡିଆରଜି ଯବାନଙ୍କୁ ନେଇ ଯାଉଥିବା ବେଳେ ବସକୁ ଉଡାଇ ଦେଇଛନ୍ତି ମାଓବାଦୀ ।

ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ୩ଜଣ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ବସରେ ଥିବା ଅନ୍ୟ ୨୧ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏନେଇ ଛତିଶଗଡ଼ ଡିଜି ଡି.ଏମ୍. ଅବସ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.